ଓଡିଶା

କଂଗ୍ରେସର ଦ୍ୱିତୀୟ ପ୍ରାର୍ଥୀ ତାଲିକା 

(ଦିଲ୍ଲୀ) : ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଦ୍ୱିତୀୟ ତାଲିକାରେ ୪୩ ଜଣ ପ୍ରାର୍ଥୀଙ୍କ ନାମ ଅଛି । ଏଥର ଦଳ ହେଭିୱେଟ ନେତାମାନଙ୍କ ପୁଅମାନଙ୍କୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି। କମଲନାଥଙ୍କ ପୁଅ ନକୁଲନାଥ ୨୦୧୯ ଭଳି ମଧ୍ୟପ୍ରଦେଶର ଛିନ୍ଦୱାଡାରୁ ନିର୍ବାଚନ ଲଢ଼ିବେ ।

ସୂଚନାନୁଯାୟୀ , ୨୦୧୯ରେ ସେ ଦଳର ଏକମାତ୍ର ସାଂସଦ ଭାବେ ମଧ୍ୟପ୍ରଦେଶରୁ ଲୋକସଭାକୁ ଯାଇଥିଲେ। ସେହିପରି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କୁ ମଧ୍ୟ କଂଗ୍ରେସ ଟିକେଟ ଦେଇଛି। ଏହାବାଦ ଗୌରବ ଗୋଗୋଇ ମଧ୍ୟ ପୁଣି ଟିକେଟ ପାଇଛନ୍ତି। ଫେସବୁକକୁ ପଛରେ ପକାଇଲା କଂଗ୍ରେସର ଦ୍ୱିତୀୟ ତାଲିକାରେ ୧୦ ଜେନେରାଲ, ୧୪ ଓବିସି, ୧୦ ଏସସି, ୯ ଏସଟି ଏବଂ ଜଣେ ମୁସଲମାନ ପ୍ରାର୍ଥୀଙ୍କ ନାମ ରହିଛି ।

Related posts

୫ରୁ ବଢିବ ଶୀତ

mahabharatanews

ତରଙ୍ଗେଲ ଗାଁରେ ୨୧ବର୍ଷ ପରେ ମେରିଆ ପର୍ବ ଅନୁଷ୍ଠିତ

mahabharatanews

ଭିନ୍ନକ୍ଷମ ପିଲାଙ୍କ ସର୍ଭେ ପାଇଁ ନିର୍ଦ୍ଧେଶ

mahabharatanews