ଓଡିଶା

ସେବାୟତଙ୍କ ପାଇଁ ବଢ଼ିଲା ସ୍ୱାସ୍ଥ୍ୟବୀମା ରାଶି

(ପୁରୀ) : ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ସ୍ୱାସ୍ଥ୍ୟବୀମା ରାଶି ପରିମାଣ ବଢିଲା । ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୀମା ରାଶି ବଢାଇଲେ ରାଜ୍ୟ ସରକାର । ଗୁରୁତର ରୋଗ କ୍ଷେତ୍ରରେ ଅତିରିକ୍ତ ୫ ଲକ୍ଷ ଟଙ୍କାର ସୁବିଧା ମିଳିବା ନେଇ ସୂଚନା ରହିଛି । ସେହିପରି ସେବାୟତ ପରିବାରର ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ବ୍ୟବସ୍ଥା ମଧ୍ୟ କରାଯିବ ।

ସୂଚନାନୁଯାୟୀ , ସେବାୟତ ପରିବାରର ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା କୋଚିଂ ଯଥା NEET, JEE ଏବଂ Civil Service Coaching ପାଇଁ ବର୍ଷକୁ ୫୦ ହଜାର ଟଙ୍କା ହିସାବରେ ସର୍ବାଧିକ ୩ ଥର ସହାୟତା ଯୋଗାଇ ଦିଆଯିବ । ସେବାୟତଙ୍କ ସ୍ୱାସ୍ଥ୍ୟବୀମା ରାଶି ପରିମାଣ ବଢିଯାଇଛି । ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୀମା ରାଶି ବଢାଇଲେ ରାଜ୍ୟ ସରକାର । ସେବାୟତଙ୍କୁ ଦିଆଯାଉଥିବା ବିଭିନ୍ନ ବର୍ଦ୍ଧିତ ଭତ୍ତା, ସ୍ୱାସ୍ଥ୍ୟବୀମା ରାଶି,କୋଚିଂ ସହାୟତା ଏବଂ ଅନ୍ୟାନ୍ୟ ସହାୟତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ୧୦.୮୫ କୋଟି ଯୋଗାଇ ଦିଆଯାଇଛି ।

Related posts

ସରପଞ୍ଚଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମୀକ୍ଷା କଲେ ଜିଲ୍ଲାପାଳ

mahabharatanews

ବିଜେଡିରେ ମିଶିଲେ କବିସୂର୍ୟ୍ୟନଗରର ବିଜେପି ଓ କଂଗ୍ରେସ କର୍ମୀ

mahabharatanews

ଅବପାତର ରୂପ ନେଲା ଲଘୁଚାପ

mahabharatanews