ଓଡିଶା

ପ୍ରତି ଭାଗବତ ଟୁଙ୍ଗୀକୁ ୫୦ ହଜାର 

(ଭୁବନେଶ୍ଵର) : ରାଜ୍ୟର ପ୍ରତି ଭାଗବତ ଟୁଙ୍ଗୀ ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର । ତେବେ ସାରା ରାଜ୍ୟରେ ଥିବା ୭,୨୦୦ଟି ଭାଗବତ ଟୁଙ୍ଗୀ ଗୁଡିକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ଭାଗବତ ଟୁଙ୍ଗୀ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ମଞ୍ଜୁର କରିଛନ୍ତି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଜରିଆରେ ଭାଗବତ ଟୁଙ୍ଗୀ ଗୁଡିକର ବିକାଶ କାର୍ଯ୍ୟ କରାଯିବ।

ସୂଚନାନୁଯାୟୀ , ଆମ ସଂସ୍କୃତି ଓ ପରମ୍ପରାର ଏହି ମହାନ ପ୍ରତୀକ ଭାଗବତ ଟୁଙ୍ଗୀ ହେଉଛି ଓଡିଆ ଜାତିର ସାଂସ୍କୃତିକ ଅସ୍ମିତାର ଏକ ଗୌରବମୟ ପରିଚୟ। ଗାଁକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗୀ।  ପ୍ରତିଟି ଓଡ଼ିଆଙ୍କ ସ୍ୱାଭିମାନକୁ ଦୃଷ୍ଟିରେ ରଖି ଏଭଳି ଉଚ୍ଚାଭିଳାଷୀ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

 

Related posts

ରେଳ ଦୁର୍ଘଟଣା : ଏସସିବିରେ ଆଖି ବୁଜିଲେ ଆଉ ଜଣେ ଆହତ 

mahabharatanews

ଆଜି ବି ଭଙ୍ଗା କୁଡିଆ ତଳେ ବିତୁଛି ପ୍ରସନ୍ନଙ୍କ ଜୀବନ

mahabharatanews

ଟ୍ରେନରୁ ଡେଇଁ ୨ ଯୁବତୀ ଗୁରୁତର ଆହତ

mahabharatanews