ଓଡିଶା

କରୋନାରେ ରାଜ୍ୟର ପ୍ରଥମ ସାମ୍ବାଦିକଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାରେ ଜଣେ ୪୨ବର୍ଷୀୟ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଏହା ରାଜ୍ୟରେ ପ୍ରଥମ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଓଡ଼ିଶାରେ କରୋନାରେ ଏପର୍ୟ୍ୟନ୍ତ ୬୧ଜଣଙ୍କ ମୃତ୍ୟୁ ଘଟିଥିବାବେଳେ କୌଣସି ସାମ୍ବାଦିକଙ୍କ ମୃତ୍ୟୁ ହୋଇ ନ ଥିଲା । । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜସ୍ୱ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଏହି ସାମ୍ବାଦିକଙ୍କ ଘର ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକରେ ଏକ ପ୍ରମୁଖ ଦୈନିକ ସମ୍ବାଦପତ୍ରର ପ୍ରତିନିଧି ଭାବେ କାର୍ୟ୍ୟ କରୁଥିଲେ । ଜଣେ ସାମ୍ବାଦିକଙ୍କର ଆଜି ଭୁବନେଶ୍ୱରରେ ମୃତ୍ୟୁ ଘଟିିଛି। ସେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ସେ ଗତ ୫ଦିନ ଧରି ଚିକିତ୍ସିତ ହେଉଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି। ସରକାରୀ ଭାବେ ଏପର୍ୟ୍ୟନ୍ତ ତାଙ୍କର ମୃତ୍ୟୁ ସମ୍ପର୍କରେ କିଛି ସୂଚନା ଦିଆଯାଇନଥିଲେ ମଧ୍ୟ ସେ କରୋନା ସଂକ୍ରମିତ ଥିବା ୭-ଦିନ ପୂର୍ବରୁ ଜଣାପଡ଼ିଥିଲା। ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ୪୨ବର୍ଷୀୟ ସାମ୍ବାଦିକ ଅବିବାହିତ ଥିଲେ।

Related posts

ଅପରାଜିତା ଉନ୍ମୋଚନ କଲେ ବାର୍ଷିକ ରିପୋର୍ଟ କାର୍ଡ

mahabharatanews

ଗାଁକୁ ରାସ୍ତା ନାଇଁ ! ଖଟରେ ବୁହା ହେଲେ ନବଜାତ ଶିଶୁ ଓ ମା

mahabharatanews

ମହାନଦୀିରେ ବନ୍ୟା ଆଶଙ୍କା ନାହିଁ

mahabharatanews