ପୁରୀ / ସଞ୍ଜୟ ମହାପାତ୍ର : ପୁଣି ବଦଳିଲେ ପୁରୀ ପୌର କାର୍ଯ୍ୟିନିର୍ବାହି ଅଧିକାରୀ ।ଗତ ଦୁଇମାସ ରେ ବଦଳିଲେଣି ୩ ଅଧିକାରୀ । ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ବଦଳୁଛନ୍ତି ଅଧିକାରୀ। ସରୋଜ କୁମାର ସ୍ବାଇଁ ତିନି ବର୍ଷ ରୁ ଉର୍ଦ୍ଧ୍ବ ସମୟ ପୁରୀରେ କାର୍ଯ୍ୟ କରିଥିବାରୁ ବଦଳି ହୋଇ ତାଙ୍କ ସ୍ଥାନରେ ମନୋଜ ବେହେରା ଦାୟିତ୍ଵ ନେଇଥିଲେ । ତେବେ ମନୋଜ ଙ୍କୁ ମଧ୍ୟ ବଦଳି କରାଯିବା ପରେ ବିରୋଧ ଯୋଗୁଁ ସ୍ଥଗିତ କରାଯାଇଥିଲା ମାତ୍ର ପରେ ପୁଣି ତାଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ବି ଡି ଏ ର ଅତିରିକ୍ତ କମିଶନର ତଥା ଓ ଏ ଏସ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁ ଙ୍କୁ ନିଯୁକ୍ତି ଦିଆଯାଇଥିଲା । ତେବେ ଆଜି ପୁଣି ଥରେ ଓଡ଼ିଶା ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଓ ଏମ ସି ର ଜେନେରାଲ ମ୍ୟାନେଜର ଭାବରେ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଢେଙ୍କାନାଳ ଉପ ଜିଲ୍ଲାପାଳ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା ଙ୍କୁ ପୁରୀ ପୌର କାର୍ଯ୍ୟିନିର୍ବାହି ଅଧିକାରୀ ଭାବରେ ନିଯୁକ୍ତି ପାଇଛନ୍ତି । ଆସନ୍ତାକାଲି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଅଧିକାରୀ ବଦଳି ପ୍ରକ୍ରିୟା ଜାରି ରହିଛି ।
previous post