ଓଡିଶା

ଓଡ଼ିଆ ପକ୍ଷ ପାଳନ ଅବସରରେ ଆମ ରୁଚି ଆମ ଖାଦ୍ୟ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକରେ ଓଡ଼ିଆ ପକ୍ଷ ପାଳନ । ଏହି ଅବସରରେ ଆମ ରୁଚି ଆମ ଖାଦ୍ୟ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପଞ୍ଚାୟତରୁ ସ୍ବୟଂ ସହାୟକ ଗୋଷ୍ଠୀ, ସିଆରପି, ଏମବିକେ ମାନେ ବିଭିନ୍ନ ପ୍ରକାରର ପୋଡ଼ପିଠା, ଆରିସା , କାକରା ଏଣ୍ଡୁରି ପିଠା,ଇଡିଲି,ବରା,ବିରି ଚକୁଳି ଏଭଳି ବିଭିନ୍ନ ପ୍ରକାରର ଓଡ଼ିଆ ଖାଦ୍ୟ ଷ୍ଟଲ କରି ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କଣିହାଁ ବିଡିଓ ତ୍ରିବିକ୍ରମ କୁମୁରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଚିନ୍ମୟ କୁମାର ମିଶ୍ର,ଏବିଡିଓ ସୁତିକ୍ଷ୍ଣା ମହାପାତ୍ର, ହିସାବ ଅଧିକାରୀ ସୁଶାନ୍ତ କୁମାର ନନ୍ଦ, ଯନ୍ତ୍ରୀ ଘନଶ୍ୟାମ ପଟେଲ, ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସମସ୍ତ  ଏଡିଇଓ , ବ୍ଳକର  ସମସ୍ତ  ବିଭାଗର ଅଧିକାରୀ ଏବଂ କର୍ମଚାରୀ  ଏହି ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ପାଳନ ରେ ଉପସ୍ଥିତ ଥିଲେ।

Related posts

ବିଜିଗୋଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ

mahabharatanews

ବିନା ଅନୁମତିରେ ସ୍କୁଲ କ୍ୟାମ୍ପସ୍‌ ଭିତରେ ପଶି ପରିବେନି ଗଣମାଧ୍ୟମ ପ୍ରତିନିଧି

mahabharatanews

ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ

mahabharatanews