ମନୋରଞ୍ଜନ

ମା ବନିଲେ ସିଦ୍ଧୁଙ୍କ ମା ‘

(ମୁମ୍ବାଇ) :  ଗତ ଫେବ୍ରୁଆରି ମାସରେ ଖବର ଆସିଥିଲା ଯେ ସିଦ୍ଧୁ ମୁସେୱାଲା ନାମରେ ପରିଚିତ ସ୍ୱର୍ଗତ ପଞ୍ଜାବୀ ଗାୟକ ତଥା ରାପର୍ ଶୁଭଦୀପ ସିଂହ ସିଦ୍ଧୁଙ୍କ ପିତାମାତା ମାର୍ଚ୍ଚରେ ଏକ ସନ୍ତାନ ଲାଭ କରିବାକୁ ଯାଉଛନ୍ତି। ଏବେ ମୁସେୱାଲାଙ୍କ ବାପା ବଲକୌର ସିଂହ ଫେସବୁକରେ ତାଙ୍କ ପତ୍ନୀ ଚରଣ କୌର ଆଇଭିଏଫ୍ ଚିକିତ୍ସା ମାଧ୍ୟମରେ ୫୮ ବର୍ଷ ବୟସରେ ପୁଣି ଥରେ ଜନନୀ ହୋଇଥିବା ନେଇ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ ,  ଏହିି କାରଣରୁ ଦମ୍ପତି ପିଲା ପାଇଁ ଚେଷ୍ଟା କରିଥିଲେ। ଏକ ସୋସିଆଲ୍‌ ମିଡ଼ିଆ ପୋଷ୍ଟ୍‌ ଜରିଆରେ ଏବୟସରେ ବାପାମାଆ ବନି ପାରିଥିବାରୁ ନିଜର ଖୁସି ବ୍ୟକ୍ତ କରିଛନ୍ତି ଦିବଗଂତ ସିଦ୍ଧୁଙ୍କ ବାପା। ସେମାନେ ଏକ ପୁତ୍ର ସନ୍ତାନ ବାପାମାଆ ବନିବା ପରେ ସିଦ୍ଧୁଙ୍କ ଅଭାବ କିଛି ମାତ୍ରାରେ ପୂରା ହୋଇଛି।

Related posts

ଲାଇଭ୍‌ ସୋ’ରେ ଗାୟିକାଙ୍କୁ ବାଜିଲା ଗୁଳି

mahabharatanews

ଆଖି ବୁଜିଲେ ୨୪ ବର୍ଷୀୟ ଅଭିନେତ୍ରୀ 

mahabharatanews

ନିର୍ବନ୍ଧ ସାରି ମୁମ୍ବାଇ ଫେରିଲେ ପରିଣୀତି

mahabharatanews