ଭାରତ

ଆଜମ ଖାଁଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ

(ଦିଲ୍ଲୀ) : ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାଁଙ୍କୁ ରାମପୁରର ଏକ ଅଦାଲତ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଡୁଙ୍ଗରପୁର ମାମଲାରେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ ଆଜମ ଖାନଙ୍କୁ ଆଇପିସି ଧାରା ୪୨୭, ୫୦୪, ୫୦୬, ୪୪୭ ଏବଂ ୧୨୦ ବି ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ଆଜମ ଖାନ, ପୂର୍ବତନ ପୌର ଅଧ୍ୟକ୍ଷ ଆଝାର ଅହମ୍ମଦ ଖାଁ, ଠିକାଦାର ବରକତ ଅଲ୍ଲୀ ଏବଂ ଅବସରପ୍ରାପ୍ତ ସିଓ ଆଲେ ହାସନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ସୂଚନାନୁଯାୟୀ , ଏହି ୪ ଜଣଙ୍କୁ ଆଜି ଦଣ୍ଡ ମିଳିଛି। ଆଜମ ଖାଁ ସୀତାପୁର ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ। ଏହି ସ୍ଥାନରେ ପୂର୍ବରୁ କିଛି ଲୋକଙ୍କ ଘର ନିର୍ମାଣ ହୋଇସାରିଥିଲା। ୨୦୧୬ ମସିହାରେ ଏହା ସରକାରୀ ଜମିରେ ବୋଲି କହି ଏହାକୁ ଭାଙ୍ଗି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୀଡ଼ିତାମାନେ ଲୁଟ ଅଭିଯୋଗ ମଧ୍ୟ କରିଥିଲେ। ୨୦୧୯ରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ରାମପୁରର ଗଞ୍ଜ ଥାନାରେ ଏହି ମାମଲାରେ ପ୍ରାୟ ଏକ ଡଜନ ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଥିଲା।

Related posts

ଦିଲ୍ଲୀ ଲାଜପତ ନାଗରର ଏକ ଶିଶୁ ଡାକ୍ତରଖାନାରେ ଅଗ୍ନିକାଣ୍ଡ

mahabharatanews

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲୀ ବେନେଟଙ୍କ କରୋନା ଗ୍ରସ୍ତ, ସନ୍ଦେହ ଘେରରେ ଭାରତ ଗସ୍ତ !

mahabharatanews

ଜନ୍‌ଙ୍କ ସହ ଡେବ୍ୟୁ କରିବେ ଶେହନାଜ!

mahabharatanews