ଭାରତ

ଗିରଫ ହେଲେ କେଜ୍ରିୱାଲ 

(ଦିଲ୍ଲୀ) : ଶେଷରେ ମଦ ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ଗିରଫ କଲା ଇଡି। ଦିଲ୍ଲୀ ବାସଭବନରେ ପଚରାଉଚରା ପରେ କେଜରିୱାଲଙ୍କୁ ଗିରଫ କରାଯାଇଛି । ସିଏମ ବାସଭବନରେ ପଚରାଉଚରା ପରେ ଗିରଫ କରାଯାଇଥିଲା। ଗତକାଲି ସଂନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଂଚି ବିଭିନ୍ନ କାଗଜପତ୍ର ଯାଂଚ କରିବା ସହ ଶେଷରେ ତାଙ୍କୁ ଗିରଫ କରିଛି ।

ସୂଚନାନୁଯାୟୀ , ଗିରଫ ପୂର୍ବରୁ ଇଡି ଅରବିନ୍ଦ କେଜ୍ରିୱାଲଙ୍କ ମୋବାଇଲ ଫୋନ ଜବତ କରିଥିଲା । ଧାରା 50 ଅନୁଯାୟୀ ତଦନ୍ତକାରୀ ଦଳ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ରେକର୍ଡ କରିଥିଲେ। ଏହାପରେ ତାଙ୍କୁ ଇଡି ଗିରଫ କରିଛି।ଆତିଶି କହିଛନ୍ତି ଯେ ଦୁଇ ବର୍ଷ ମଧ୍ୟରେ ଇଡି ଗୋଟିଏ ଟଙ୍କା ମଧ୍ୟ ପୁନରୁଦ୍ଧାର କରିବାରେ ସକ୍ଷମ ହୋଇ ନାହିଁ। ଆଜି ଦିଲ୍ଲୀ ହାଇକୋର୍ଟ କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିବା ପରେ ଇଡି ଟିମ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲା । ଇଡି ପକ୍ଷରୁ ପ୍ରଥମେ ତାଙ୍କ ବାସଭବନକୁ ଯାଞ୍ଚ କରାଯାଇଥିଲା ।

Related posts

ସଂସଦରେ ହାତ ମିଳାଇଲେ ପିଏମ୍ ମୋଦୀ- ରାହୁଲ ଗାନ୍ଧୀ

mahabharatanews

୨୦୦ କୋଟି ଟଙ୍କା ସମ୍ପତ୍ତି ଦାନ କରି ଚର୍ଚ୍ଚାରେ ଦମ୍ପତି

mahabharatanews

ଆରମ୍ଭ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା

mahabharatanews