ଭାରତ

ଇସ୍ତଫା ଦେବେନି କେଜ୍ରିୱାଲ

(ଦିଲ୍ଲୀ) : ଆମ୍ ଆଦମୀ ପାର୍ଟି ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ରିମାଣ୍ତରେ ରହିବେ । ବର୍ତ୍ତମାନ ଦିଲ୍ଲୀ ସିଏମ ରାଉରକେଲା ଆଭେନ୍ୟୁ କୋର୍ଟରେ ଏକ ପିଟିସନ ଦାଖଲ କରି ଆସିଷ୍ଟାଣ୍ଟ ପୋଲିସ କମିଶନର (ଏସିପି) ଏ.କେ ସିଂଙ୍କୁ ତାଙ୍କ ସୁରକ୍ଷା ଦାୟିତ୍ୱରୁ ହଟାଇବାକୁ ଅନୁରୋଧ କରିଛନ୍ତି।

ସୂଚନାନୁସାରେ, ମଦ ଦୁର୍ନୀତି ମାମଲା ଶୁଣାଣି ସମୟରେ କହିଛନ୍ତି ପୋଲିସ ତାଙ୍କ ସହ ଅସଦାଚରଣ କରୁଛି । ମାର୍ଚ୍ଚ ୨୨ରେ ଶୁଣାଣି ପାଇଁ କୋର୍ଟକୁ ଅଣାଯିବାବେଳେ ଏ.କେ ସିଂ ତାଙ୍କ ସହ ଅସଦାଚରଣ କରିଥିବା ନେଇ ସିଏମ କେଜ୍ରିୱାଲ ଦାବି କରିଛନ୍ତି। ମେଣ୍ଟ ଚର୍ଚ୍ଚା ଅବସାନ ପରେ ବିଜେପିର ତୃତୀୟ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, ଆସିପାରେ ପ୍ରାର୍ଥା ତାଲିକା ସେହିପରି କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ୍ୟ ମାମଲା ରୁଜୁ ହୋଇଛି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ କିଙ୍ଗପିନ୍ ସହ ତୁଳନା କରାଯାଇଛି । ଏହା ମଧ୍ୟ ଅଭିଯୋଗ ରହିଛି ଯେ, ଏହି ମାମଲାରେ ଅନେକ ପ୍ରମାଣ ନଷ୍ଟ କରାଯାଇଛି । ପ୍ରଥମ ଥର ପାଖାପାଖି ୧୦ କୋଟି ଏବଂ ଦ୍ୱିତୀୟ ଥର ପ୍ରାୟ ୧୫ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିବା ନେଇ ଦାବି କରାଯାଉଛି ।

Related posts

ଆତ୍ମସମର୍ପଣ କଲା ସଂସଦ ଆକ୍ରମଣର ମାଷ୍ଟରମାଇଣ୍ଡ 

mahabharatanews

ଆଥଲେଟଙ୍କୁ ସମ୍ମାନିତ କଲେ ୫ଟି ସଚିବ

mahabharatanews

ଥମୁନି ମଣିପୁର ହିଂସା : ଜଣେ ଦଙ୍ଗାକାରୀ ମୃତ  

mahabharatanews