ଓଡିଶା

ହିଟ୍ ୱେଭ୍: ନନ୍ଦନକାନନରେ ସ୍ୱତନ୍ତ୍ର ବ୍ୟବସ୍ଥା

(ଭୁବନେଶ୍ୱର) : ରାଜ୍ୟରେ ଜାରି ରହିଛି ହିଟ୍ ୱେଭ୍ । ସେଥିଲାଗି ଅଂଶୁଘାତରୁ ରକ୍ଷା ପାଇବା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ, ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସ୍ଥାନରେ ଥଣ୍ଡା ପାନୀୟ ବ୍ୟବସ୍ଥା କରାଯାଇଛି ।

ସୂଚନାନୁଯାୟୀ , ଡାକ୍ତରଙ୍କ ପରାମର୍ଶ କ୍ରମେ ଜୀବଜନ୍ତୁଙ୍କୁ ତରଭୁଜ, ଆଖୁ ଓ କାକୁଡି ଭଳି ସପର ଫ୍ରୁଟ୍ ଏବଂ ଆଣ୍ଟି ହିଟ୍ ମେଡିସିନ ଦିଆଯାଉଛି । ଏନକ୍ଲୋଜର ଗୁଡ଼ିକୁ ବାଉଁଶ ତାଟି ଓ ବେଣା ଚେର ସ୍କ୍ରିନରେ ଘୋଡ଼ାଯାଇଛି । ଫଲରେ ତାତିର ପ୍ରକୋପ କମ ରହିବ ଏବଂ ଅଂଶୁଘାତରୁ ରକ୍ଷାପାଇବେ । ପ୍ରାଣୀ ଉଦ୍ୟାନର ସମସ୍ତ ଏନକ୍ଲୋଜର ଗୁଡିକୁ ୨୪ଘଣ୍ଟିଆ ପାଣି ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି । ଖରା ଦାଉରୁ ରକ୍ଷା କରିବାକୁ ସିମ୍ପାଞ୍ଜି ଓ ଗିବନ ପାଇଁ କୁଲର ବ୍ୟବସ୍ଥା ହୋଇଛି । ଭାଲୁମାନଙ୍କ ପାଇଁ ପାଣିରେ ବୁଡ଼ି ରହିବା ଭଳି ବ୍ୟବସ୍ଥା ହୋଇଛି । ସେହିପରି ପକ୍ଷୀମାନଙ୍କ ପାଇଁ କୃତ୍ରିମ ଝରଣା ଓ ପାଣି ସିଞ୍ଚନ ବ୍ୟବସ୍ଥା ହୋଇଛି ।

Related posts

ଗ୍ରାମାଞ୍ଚଳ ପରିବାରର ଖାଦ୍ୟ ଓ ଅଣ ଖାଦ୍ୟ ପାଇଁ ମାସିକ ଖର୍ଚ୍ଚ 1742 ଓ 1767

mahabharatanews

ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ 

mahabharatanews

ଡମ୍ଫର ଓନର୍ସ ୟୁନିଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କାର ସହାୟତା

mahabharatanews