ଓଡିଶା

କାଲିଠାରୁ ମାସ୍କ ନ ପିନ୍ଧିଲେ ଦେବାକୁ ହେବ ଜରିମାନା

ମହାଭାରତ/ ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୪୨ରେ ପହଞ୍ଚି ଥିବା ବେଳେ ମୃତ୍ୟୁ ଜଣଙ୍କର ହୋଇଛି । ତେବେ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି । ତେବେ ଲକ ଡାଉନ କଟକଣା ପରେ ଆସନ୍ତା କାଲି ଠାରୁ ଘରୁ ବାହାରକୁ ବାହାରିଲେ ମାସ୍କ ଲଗାଇବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଆସନ୍ତା କାଲି, ଅର୍ଥାତ୍ ୯ ତାରିଖ ସକାଳ ୭ଟାରୁ ସାରା ରାଜ୍ୟରେ ଏହି ନିୟମକୁ କଡାକଡି ଲାଗୁ କରାଯିବ । ଯଦି କେହି ମାସ୍କ ନ ପିନ୍ଧି ଘରୁ ପଦାକୁ ଗୋଡ କାଢନ୍ତି, ତେବେ ଗଣିବ।।କୁ ପଡିବ ଜରିମାନା । ଏହି ଜରିମାନା ରାଶି ସହରାଞ୍ଚଳରେ ୧୦୦୦ ଟଙ୍କା କରାଯାଇଥିବା ବେଳେ ଗ୍ରାମାଞ୍ଚଳ ପାଇଁ ୫୦୦ ଟଙ୍କା କରାଯାଇଛି । ବଜାରରେ ମାସ୍କର କମି କାରଣରୁ ମାସ୍କ ବଦଳରେ ରୁମାଲ, ଗାମୁଛା, ଓଢଣି ଆଦି ବ୍ୟବହାର କରିବାକୁ କୁହାଯିବା ସହ ଘରେ ହାତରେ ମାସ୍କ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related posts

ଆସନ୍ତାକାଲି ହେବ ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ଘୋଷଣା

mahabharatanews

ପୁରୀରେ ପହଞ୍ଚିଲା ରଥ ଦଉଡି଼

mahabharatanews

ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି : ଆଇନ ମନ୍ତ୍ରୀ

mahabharatanews