ଓଡିଶା

ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ଗ୍ରହଣ କରିବେ ହନୁମାନ

(ପୁରୀ) : ପଣା ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି । ସେଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି । ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇ ଶ୍ରୀଜିଉଙ୍କ ଆଜ୍ଞାମାଳ ପ୍ରଦାନ କରାଯିବ । ଏହା ପରେ ବିମାନରେ ଶ୍ରୀ ହନୁମାନଙ୍କୁ ପୂର୍ବ ଦ୍ୱାରରେ ଥିବା ହନୁମାନଙ୍କ ନିକଟକୁ ନିଆଯାଇ ପୂଜାର୍ଚ୍ଚନା କରାଯିବା ସହ ଜଗନ୍ନାଥ ବଲ୍ଲଭ ମଠ ଓ ଦରିଆ ମହାବୀରଙ୍କ ନିକଟକୁ ନିଆଯିବ ।

ସୂଚନାନୁଯାୟୀ , ମହାବୀରଙ୍କ ପୂଜର୍ଚ୍ଚନା କରାଯାଇ ପଣା ଓ ଛତୁଆ ଭୋଗ ଲାଗି କରାଯିବ । ମଲ୍ଲଯୋଦ୍ଧା ଓ ଯୁବକ ମାନେ ନୂଆବସ୍ତ୍ର ପରିଧାନ କରି ଜାଗା ଆଖଡାରେ କୁସ୍ତି ପ୍ରଦର୍ଶନ କରିବେ । ରେକର୍ଡ ପଣା ସଂକ୍ରାନ୍ତି ଅବସରରେ ଆଜି ଓଡ଼ିଶାର ଘରେ ଘରେ ବୃନ୍ଦାବତୀଙ୍କ ମୂଳରେ ପୂଜାର୍ଚ୍ଚନା କରାଯାଏ । ପଣା ଛତୁଆ ଭୋଗ ହେବା ସହ ବୃନ୍ଦାବତୀଙ୍କ ପାଖରେ ପାଣି ଓ ପଣା ଘଡି ବନ୍ଧାଯାଏ । ଯାହା ବର୍ଷାକୁ ସୂଚାଇଥାଏ । ଏହି ଠେକିକୁ ବସୁନ୍ଧରା ଠେକି ବୋଲି କୁହାଯାଏ । ଦହି, କଦଳୀ, ଛେନା, ନଡ଼ିଆରେ ପ୍ରସ୍ତୁତ ପଣା ତୁଳସୀ ଚଉରା ପାଖରେ ଭୋଗ ଲାଗି କରାଯାଏ । ଆଜିର ଦିନକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ପାଞ୍ଜି ଗଣନାରେ ବିଷୁବ ସଂକ୍ରାନ୍ତିର ଖାସ ବିଶେଷତ୍ୱ ରହିଛି ।

Related posts

ଆଜି ଗଜଉଧାରଣ ବେଶ ଦର୍ଶନ ଦେବେ ଶ୍ରୀଜିଉ

mahabharatanews

ଜଳୁଛି ରାଜ୍ୟ : ୨୧ଟି ସହରରେ ୪୦ଡିଗ୍ରୀ ପାର

mahabharatanews

୧୨ରୁ ପ୍ରଚଣ୍ଡ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା

mahabharatanews