ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ ରାହାମାସ୍ଥିତ ମିନି ଷ୍ଟାଡିୟମରେ ନିଯୁକ୍ତି ମେଳା ୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ,ମାନ୍ୟବର ମନ୍ତ୍ରୀ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ଅଜିତ କୁମାର ଉତ୍ତରାୟ ସଭାର ସଭାପତିତ୍ବ କରିଥିଲେ । ମାନ୍ୟବର ମନ୍ତ୍ରୀ ସ୍ଥାନୀୟ ଶିଳ୍ପ ପ୍ରତିଷ୍ଠାନ ମାନଙ୍କୁ ଜିଲ୍ଲାର ନିଯୁକ୍ତି ଆଶାୟୀ ପ୍ରାର୍ଥୀ ମାନଙ୍କୁ ଅଗ୍ରାଧିକାର ଭିତ୍ତି ରେ ନିଯୁକ୍ତି ଦେବାପାଇଁ ପରାମର୍ଶ ଦେଇଥିଲେ। ଏହି ନିଯୁକ୍ତି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ମୋଟ ୫୪ ଟି ସରକାରୀ ଓ ବେସରକାରୀ ସଂସ୍ଥା ଉପସ୍ଥିତ ରହି ନିଯୁକ୍ତି ପାଇଁ ଯୁବପିଢି ଙ୍କୁ ମନୋନୀତ କରିଥିଲେ। ଜଗତସିଂହପୁର ଜିଲ୍ଲା ଓ ଜିଲ୍ଲା ବାହାରୁ ୧୮୮୬ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ମେଳାରେ ଯୋଗଦେଇ ସେମାନଙ୍କ ମନ ପସନ୍ଦର ନିଯୁକ୍ତି ସଂସ୍ଥା ବାଛିଥିଲେ ଏବଂ ୫୬ ଜଣ ନିଯୁକ୍ତି ଆଶାୟୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ।
previous post
