ଭାରତ

୨୯ରେ ହେବ କେଜ୍ରିୱାଲଙ୍କ ଶୁଣାଣି

(ଦିଲ୍ଲୀ) : ଏକ୍ସାଇଜ୍ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପକାନ ଦତ୍ତଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିଛି। କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଇଡିଙ୍କୁ ନୋଟିସ ଜାରି କରିଛନ୍ତି।

ସୂଚନାନୁଯାୟୀ , ୨୪ ଏପ୍ରିଲ୍ ସୁଦ୍ଧା ED କୁ ଉତ୍ତର ଦେବାକୁ ନିର୍ଦ୍ଦେଶ । ଏହା ସହିତ, କେଜ୍ରିୱାଲଙ୍କୁ ୨୭ଏପ୍ରିଲ ସୁଦ୍ଧା ଇଡିର ଉତ୍ତରକୁ କାଉଣ୍ଟର ଉତ୍ତର ଦେବାକୁ ପଡିବ । ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୯ଏପ୍ରିଲରେ ହେବ। ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କ ଗିରଫଦାରୀକୁ ଯଥାର୍ଥତା ଦେଇଥିଲେ। ଏହା ପରେ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ। ତାଙ୍କ ପିଟିସନରେ ସେ ଗିରଫ ଏବଂ ରିମାଣ୍ଡରେ ନେବାକୁ ଚ୍ୟାଲେଞ୍ଜ କରିଥିଲେ। କେଜ୍ରିୱାଲ ଏହାକୁ ବେଆଇନ ବୋଲି କହିଥିଲେ। କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂହଭି କୋର୍ଟରେ ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ଦାବି କରିଥିଲେ। ତେବେ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ତୁରନ୍ତ ଶୁଣିବାକୁ ମନା କରିଦେଇଥିଲେ।

Related posts

ଆଜି ଫୁଲବାଣୀ, ବରଗଡ଼ ଏବଂ ବଲାଙ୍ଗିର ଯିବେ ମୋଦି 

mahabharatanews

ଭୟବିତ କରୁଛି ‘ମଙ୍କିପକ୍ସ’ : ୧୦୦୦ରୁ ଅଧିକ ଲୋକ ସଂକ୍ରମିତ

mahabharatanews

 ଆୟକର କାର୍ଯ୍ୟାଳୟରେ ବଡ଼ଧରଣର  ଅଗ୍ନିକାଣ୍ଡ

mahabharatanews