ଓଡିଶା

ଆଜିଠୁ ୬୧ ଦିନ ଯାଏଁ ମାଛଧରା ବନ୍ଦ

(ପାରାଦୀପ) : ପାରାଦୀପରେ ଆଜିଠୁ ୬୧ ଦିନ ଯାଏଁ ମାଛଧରା ବନ୍ଦ । ଓଡ଼ିଶା ଉପକୂଳରେ ମାଛ ଧରା ବନ୍ଦ ପାଇଁ ନିର୍ଦ୍ଦେଶ। ଏହି ଦୁଇ ମାସରେ କୌଣସି ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ଧରି ପାରିବେ ନାହିଁ । ମତ୍ସ୍ୟ ନିର୍ଦ୍ଦେଶାଳୟ କଟକ ପକ୍ଷରୁ ଏହି ସର୍କୁଲାର (ଚିଠି ନଂ.୩୯୮୭) ଜାରି କରାଯାଇଛି । ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି ।

ସୂଚନାନୁଯାୟୀ , ତେବେ ୨୦୧୭ ରୁ ୬୧ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସମୁଦ୍ରରେ ମାଛ ବଂଶ ବୃଦ୍ଧି ପାଇଁ ଏପରି କରାଯାଉଛି। ଏଥର ଓଡିଶାରେ ସ୍ୱାଭାବିକଠାରୁ କମ ବର୍ଷା ଏପ୍ରିଲ ୧୫ ରୁ ଜୁନ ୧୪ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। କଟକଣା ଜାରି ହେବା ପୂର୍ବରୁ ରବିବାର ସୁଦ୍ଧା ସମୁଦ୍ର ଭିତରେ ଥିବା ମାଛଧରା ବୋଟଗୁଡ଼ିକ ମାଛଧରା ବନ୍ଦର ପୋତାଶ୍ରୟକୁ ଫେରି ଆସିଛନ୍ତ । କଟକଣାକୁ ମତ୍ସ୍ୟଜୀବୀମାନେ ସହଜରେ ସ୍ବାଗତ କରିଥାନ୍ତି। କାରଣ ଏହି ସମୟ ମଧ୍ୟରେ ମାଛ ବଂଶ ବୃଦ୍ଧି ପାଇଁ ଉପଯୁକ୍ତ ସମୟ ଥାଏ। ପ୍ରଜନନ, ଅଣ୍ଡାଦାନ ପାଇଁ ମା’ମାଛ କୂଳକୁ ଆସିଥାନ୍ତି। ଏହି ସମୟରେ ମାଛ ଧରିଲେ ମା’ଓ ଯାଅଁଳ ମାଛ କ୍ଷତିଗ୍ରସ୍ତ ହେବେ।

 

Related posts

ସୁନି ଜାମିଆ ମସଜିଦ ଇସ୍ଲାମ ସଂଘ ଓ ଜିଲ୍ଲା ରେଡ଼କ୍ରସ ତରଫରୁ ରକ୍ତଦାନ ଶିବିର

mahabharatanews

ରାଜ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା 

mahabharatanews

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ଅନ୍ତିମ ଦିନ

mahabharatanews