ଓଡିଶା

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ

(ଭୁବନେଶ୍ୱର) : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଦିନ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡ଼ାରେ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

ସୂଚନା ଅନୁସାରେ, ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ୩ ରୁ ୫ ଡିଗ୍ରୀ ବଢିବାର ଆଶଙ୍କା ରହିଛି । ଆଡି ସାଢେ ଦୁଇଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି ଥିବା ବେଳେ ଝାରସୁଗୁ଼ଡ଼ାର ତାପମାତ୍ରା ୪୨.୬ ଡିଗ୍ରୀ, ବାଲେଶ୍ୱରର ୪୨.୨ ଡିଗ୍ରୀ, ସମ୍ବଲପୁରର ୪୧.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ହୀରାକୁଦ ୪୧.୪ ଡିଗ୍ରୀ ଚାନ୍ଦବାଲିରେ ୪୧.୨ ଡିଗ୍ରୀ, କେନ୍ଦୁଝରରେ ୪୦.୯ ଡିଗ୍ରୀ ଏବଂ ରାଉରକେଲାରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Related posts

ଦାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ: ଦାନର ତିନୋଟି ବିଧି

mahabharatanews

ଆସନ୍ତାକାଲିଠୁ ବସ୍ ମାଲିକ ସଂଘର ପ୍ରତିବାଦ 

mahabharatanews

ଫରେଷ୍ଟ ଗାର୍ଡଙ୍କୁ କାଠ ମାଫିଆଙ୍କ ଆକ୍ରମଣ

mahabharatanews