ଓଡିଶା

ସର୍ଦାର ପଟେଲଙ୍କ 150 ତମ ଜନ୍ମବାର୍ଷିକୀ ଆବସରରେ ଏକତା ଯାତ୍ରା

ଇଂରେଜମାନେ ଦେଶଛାଡି ଯିବା ସମୟରେ ଖଣ୍ଡବିଖଣ୍ଡିତ କରି ଯାଇଥିବା ଭାରତକୁ ଏକାଠି କରି ଏକସୂତ୍ରରେ ବାନ୍ଧି ରଖିଥିବା ଭାରତର ଲୌହମାନବ ସର୍ଦାର ବଲ୍ଲଭଭାଇ ପଟେଲଙ୍କ 150ତମ ଜନ୍ମ ବାର୍ଷିକୀ ସାରା ଭାରତରେ ପାଳନ କରାଯାଉଛି  । ସେହି ଉପଲକ୍ଷେ ଆଜି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକରେ ସେତେବେଳେକାର କଂଗ୍ରେସ ଓ ନକଲି ଗାନ୍ଧୀ ପରିବାରର ଚକ୍ରାନ୍ତରେ ବହୁମତ ଥାଇ ବି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେବାରୁ ବଞ୍ଚିତ ହୋଇଥିବା ପଟେଲଙ୍କ 150ତମ ଜନ୍ମବାର୍ଷିକୀ ସୁକିନ୍ଦା ଥାନା ସମ୍ମୁଖ ଗୁଣ୍ଡିଚାବାଡ଼ି ଦୋଳମଣ୍ଡପ ନିକଟରୁ ପଯାତ୍ରା ଆରମ୍ଭ ହୋଇ ଖରଡ଼ି ସ୍କୁଲ ପର୍ଯ୍ୟନ୍ତ ଚାଲିଥିଲା । ଏହି ପଦଯାତ୍ରାରେ ମୁଖ୍ୟ ଅତିଥିଭାବେ ଓଡିଶା ସମବାୟ, ହସ୍ତତନ୍ତ, ହସ୍ତଶୀଳ୍ପ ଓ ବୟନ ମନ୍ତ୍ରୀ ତଥା ସୁକିନ୍ଦାର ସୁଯୋଗ୍ୟ ସନ୍ତାନ ଓ ବିଧାୟକ ଡାକ୍ତର ପ୍ରଦୀପ ବଳ ସାମନ୍ତ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ସାଂସଦ ରବୀନ୍ଦ୍ର କୁମାର ବେହେରା, ଯାଜପୁର ଯୁବମୋର୍ଚ୍ଚାର ସଭାପତି ବିଶ୍ୱଜିତ ରାଜ, ଯାଜପୁର ବିଜେପି ମହିଳା ସଭାପତି ଦେବଯାନୀ ପ୍ରଧାନ, ଯାଜପୁର A M ଯୁଧିଷ୍ଠିର ନାୟକ, ସୁକିନ୍ଦା BDO ପ୍ରଜ୍ଞା ପାରମିତା ପୃଷ୍ଟି, ମନ୍ତ୍ରୀଙ୍କ ସାନଭାଇ ରମଣୀ ରଞ୍ଜନ ବଳ ସାମନ୍ତ ଯୋଗଦେଇଥିଲେ । ପ୍ରଥମେ ମନ୍ତ୍ରୀ ଓ ସାଂସଦ ପ୍ରଦୀପ ପ୍ରଜ୍ୱଳନ କରି ଏବଂ ପତାକା ଦେଖାଇ ଏହି ଏକତା ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ପାଖାପାଖି ଦଶ କିଲୋମିଟରର ଏହି ପଦଯାତ୍ରାରେ ସୁକିନ୍ଦା କଲେଜର ଛାତ୍ରୀଛାତ୍ର ଏବଂ ବ୍ଲକର ବିଜେପି କର୍ମୀମାନେ ଯୋଗ ଦେଇଥିଲେ। ବିଭିନ୍ନ ସ୍କୁଲର ପିଲାମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ, ସମସ୍ତ ଅତିଥିମାନେ ସର୍ଦାର ପଟେଲ ବିଷୟରେ ଉପସ୍ଥିତ ଛାତ୍ରୀଛାତ୍ର ଓ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ, ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଓ ଶୃଙ୍ଖଳାର ସହିତ ପରିଚାଳନା କରିବାରେ ସୁକିନ୍ଦା ପୋଲିସ ସହଯୋଗ କରିଥିଲେ।

Related posts

ଏପ୍ରିଲ ୨୦ ଓ ୨୧ରେ ହେବ Skill Conclave

mahabharatanews

କମିଲା ବ୍ୟବସାୟିକ ସିଲିଣ୍ଡରର ଦର

mahabharatanews

ଅନଲାଇନ ବୁକିଂରେ ଘରେ ମିଳିବ ଔଷଧ

mahabharatanews