ଓଡିଶା

ବିରଳ ପ୍ରଜାତିର ଡଲଫିନ୍ ଉଦ୍ଧାର

(ପଶ୍ଚିମବଙ୍ଗ) : ପଶ୍ଚିମବଙ୍ଗ ଦୀଘା ସମୁଦ୍ର ବେଳାଭୂମିରୁ ଆଜି ବିରଳ ପ୍ରଜାତିର ଏକ ମୃତ ଡଲଫିନ୍ ଉଦ୍ଧାର କରାଯାଇଛି। ଡଲଫିନ୍‌ର ଲମ୍ବ ସାଢ଼େ ପାଞ୍ଚ ଫୁଟ, ଓଜନ ୯୫ କିଲୋଗ୍ରାମ। ଡଲଫିନ୍‌ଟି ମରି କୂଳରେ ଲାଗିଛି 

ଦେଖି ସ୍ଥାନୀୟ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରୀକ୍ଷା ନିମନ୍ତେ ସାଇନ୍‌ସ ସିଟି ଗବେଷଣା କେନ୍ଦ୍ରକୁ ପଠାଇଥିଲେ। ସାଧାରଣତଃ ଏହି ପ୍ରଜାତିର ଡଲଫିନ୍‌ ସମୁଦ୍ରର ଗଭୀର ଜଳରାଶିରେ ବାସ କରନ୍ତି। ଏମାନଙ୍କ ଶରୀର ରଙ୍ଗ ନୀଳ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। ମୃତ ଡଲଫିନ୍‌କୁ ଦେଖିବା ନିମନ୍ତେ ବେଳାଭୂମିରେ ଆଜି ପର୍ଯ୍ୟଟକମାନଙ୍କର ଭିଡ଼ ଲାଗିରହିଥିଲା।

Related posts

ଗତ ୨୪ଘଣ୍ଟାରେ ଦେଶରୁ ୧୦୬ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଉଦଘାଟିତ ହୋଇଛି ଭୁବନେଶ୍ବର ନୂଆ ଜୁଡିସିଆଲ କମ୍ପ୍ଲେକ୍ସ

mahabharatanews

ବେଆଇନ ବାଲି ଚାଲାଣ  ବେଳେ ଚଢ଼ାଉ : ଗୋଟିଏ ହାଇୱା ଜବତ,ଏକ ଲକ୍ଷ ଟଙ୍କା ଜୋରିମାନା

mahabharatanews