ବିଶ୍ୱ

ଇରାନ ବିମାନ ବନ୍ଦର ନିକଟରେ ବିସ୍ଫୋରଣ

(ଦିଲ୍ଲୀ) : ଇସ୍ରାଏଲ ଉପରେ ଆକ୍ରମଣ କଲା ଇରାନ । ଇରାନର ଇସଫାହାନ ବିମାନ ବନ୍ଦର ନିକଟରେ ବିସ୍ଫୋରଣର ଘଟିଥିବା ନେଇ ସୂଚନା ରହିଛି । ଆମେରିକାର ଦୁଇ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଇସ୍ରାଏଲ ଇରାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ଆରମ୍ଭ କରିଛି । ହେଲେ ଇସ୍ରାଏଲ୍ ପକ୍ଷରୁ ଏପର୍ଯ୍ୟନ୍ତ ଏହା ନିଶ୍ଚିତ କରାଯାଇ ନାହିଁ ।

ଏକ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ସାମରିକ ବେସ ନିକଟରେ ତିନିଟି ବିସ୍ଫୋରଣର ଶବ୍ଦ ହୋଇଥିଲା । ଯାହା ଯୁଦ୍ଧ ବିମାନ ଇସ୍ଫାହାନ ସହରର ଉତ୍ତର-ପଶ୍ଚିମ ଭାଗରେ ଅବସ୍ଥିତ। ସେହିପରି ଇରାନ ପ୍ରେସ ଟିଭି ମଧ୍ୟ ରିପୋର୍ଟ କରିଛି ଯେ, କେନ୍ଦ୍ରୀୟ ସହର ନିକଟରେ ଏକ ବିସ୍ଫୋରଣର ଶଦ୍ଧ ଶୁଭିଛି । ହେଲେ ଏହି ବିସ୍ଫୋରଣର କାରଣ ଅସ୍ପଷ୍ଟ । ଇରାନର ପ୍ରେସ ଟିଭି ଦାବି କରିଛି ଯେ, ଇରାନର ପ୍ରତିରକ୍ଷା ପ୍ରଣାଳୀ ଅନେକ ଇସ୍ରାଏଲର କ୍ୱାଡକୋପଟରକୁ ଗୁଳି କରି ହତ୍ୟା କରିଛି।

Related posts

ଫେରିଲା ୟୁକ୍ରେନରେ ପ୍ରାଣ ହରାଇଥିବା ମେଡିକାଲ ଛାତ୍ରଙ୍କ ମୃତ ଶରୀର, ଶେଷ ଦର୍ଶନ ପରେ କରାଯିବ ମୃତଦେହକୁ ଦାନ

mahabharatanews

ମୂଷାମୟ ବ୍ରିଟେନ

mahabharatanews

ଆଜି ଶପଥ ନେବେ ମହମ୍ମଦ ୟୁନୁସ

mahabharatanews