ଭାରତ

୨୫ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 

(ଦିଲ୍ଲୀ) : ଆସନ୍ତା ଏପ୍ରିଲ୍ ୨୫ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବେ। ସେ ସେହି ଦିନ ସୋନପୁରରେ ଜନସଭାକୁ ସମ୍ବୋଧନ କରିବେ। ଏନେଇ ଆଜି ସୂଚନା ଦେଇଛନ୍ତି ବିଜେପିର ଉପସଭାପତି ଗୋଲକ ମହାପାତ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ବିଧାନସଭା ନିର୍ବାଚନ ଲଢ଼ୁଥିବାରୁ ଅମିତ ଶାହ ବି ପଶ୍ଚିମ ଓଡ଼ିଶାରୁ ନିର୍ବାଚନୀ ବିଗୁଲ୍ ବଜାଇବେ ବୋଲି କୁହାଯାଉଛି।

ସୂଚନାନୁଯାୟୀ , ସୋନପୁରରୁ ଫେରି ଅମିତ ଶାହ ଭୁବନେଶ୍ବରରେ ରାତ୍ରିଯାପନ କରିବେ। ସେ ଏଠାରେ ବିଜେପିର ପଦାଧିକାରୀଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବା ସହ ବିଜୟ ମନ୍ତ୍ର ଦେବେ।

Related posts

ମିରଟରେ ପାର୍ଥି ବଦଳାଇଲା ସମାଜବାଦୀ ପାର୍ଟି

mahabharatanews

ଆସନ୍ତା ୨୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତିଶ କୁମାର

mahabharatanews

ଋଷ ଗସ୍ତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ

mahabharatanews