ଓଡିଶା

ଲାଗି ରହିଛି ଗ୍ରୀଷ୍ମ ପ୍ରବାହ 

 (ଭୁବନେଶ୍ୱର) : କାଳବୈଶାଖୀ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି। ଗତ ତିନି ଦିନ ପରି ଆଜି ମଧ୍ୟ ରାଜ୍ୟର ସମସ୍ତ ସହରରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ବଳିଗଲାଣି ଝାଞ୍ଜି ମାଡ଼।

ସୂଚନାନୁଯାୟୀ , ରାଜ୍ୟର ୩୦ଟି ସହରର ପାରଦ ଆଜି ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଛି। ସେଥିମଧ୍ୟରୁ ୯ଟି ସହରର ତାପମାତ୍ରା ୪୩ ଡିଗ୍ରି କିମ୍ବା ତା’ଠାରୁ ଅଧିକ ଥିଲା। ନୂଆପଡ଼ାରେ ୪୪ ଡିଗ୍ରି ରହିଥିବା ବେଳେ ତାଳଚେରରେ ୪୩.୮, ଝାରସୁଗୁଡ଼ା ଓ କେନ୍ଦୁଝରରେ ୪୩.୬, ଅନୁଗୁଳରେ ୪୩.୩, ବଲାଙ୍ଗୀରରେ ୪୩.୨, ସୁନ୍ଦରଗଡ଼ ଓ ବୌଦ୍ଧରେ ୪୩ ଡିଗ୍ରି ରହିଥିଲା। ବାରିପଦାରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ୬.୧ ଡିଗ୍ରି, କେନ୍ଦୁଝରରେ ୫.୪ ଡିଗ୍ରି, ବାଲେଶ୍ବରରେ ୩.୯ ଡିଗ୍ରି, କଟକରେ ୩.୭ ଡିଗ୍ରି, ଚାନ୍ଦବାଲିରେ ୩.୫ ଡିଗ୍ରି, ଭୁବନେଶ୍ବରରେ ସ୍ବାଭାବିକଠାରୁ ୩.୩ ଡିଗ୍ରି ଅଧିକ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Related posts

ଆଜି ହେବ ସମଲେଇ ପ୍ରକଳ୍ପ ଲୋକାର୍ପଣ

mahabharatanews

ହଜରତ୍ ସୟଦ୍ ଆହେମ୍ମଦ୍ ସହିଦ୍ ରହେମ୍ ତୁଲା ଆଲେହେ ପୀର ବାବାଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ

mahabharatanews

ପୋଲିସ ଅଧିକାରୀଙ୍କ ଉନ୍ମୁକ୍ତ କାଣ୍ଡ, ଛୁରୀରେ ଆକ୍ରମଣ କଲେ ମହିଳାଙ୍କୁ

mahabharatanews