ଓଡିଶା

ହଜରତ୍ ସୟଦ୍ ଆହେମ୍ମଦ୍ ସହିଦ୍ ରହେମ୍ ତୁଲା ଆଲେହେ ପୀର ବାବାଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପ୍ରଶାନ୍ତ କୁମାର ପାଣି, (ଚାନ୍ଦବାଲି ) ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ବାଲିଗାଁ ଆହେମ୍ମଦ୍ ନଗର ଠାରେ ହଜରତ୍ ସୟଦ୍ ଆହେମ୍ମଦ୍ ସହିଦ୍ ରହେମ୍ ତୁଲା ଆଲେହେ ପୀର ବାବାଙ୍କ ୮୫ ତମ ବାର୍ଷିକ ଉର୍ଷ ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରବଳ ଶୀତ ସତ୍ୱେ ହଜାର ହଜାର ଭକ୍ତଙ୍କ ସମାଗମରେ ପୁରି ଉଠିଛି ଉତ୍ସବ ଅଞ୍ଚଳ । ଏଠାରେ ଉଭୟ ହିନ୍ଦୁ ମୁସଲିମ ସମ୍ପ୍ରଦାୟର ଲୋକମାନେ ମିଳିତ ଭାବେ ଉତ୍ସବ ପାଳନ କରିଥାନ୍ତି । ଉର୍ଦ୍ଦୁ ମାସ ଅନୁସାରେ ରଜବ୍ ମାସର ୯ ଏବଂ ୧୦ ତାରିଖ ଉତ୍ସବ ପାଳନ କରାଯାଏ । ଗତକାଲି ରୀତି ନୀତି ଅନୁସାରେ ପୂଜା ଅର୍ଚ୍ଚନା ହୋଇଥିଲା ଏବଂ ରାତ୍ରୀରେ ତଖରିର୍ ତଥା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ପୀର ବାବାଙ୍କ ଗୋସଲ୍ ତଥା ସ୍ନାନ ପରେ ରୀତି ନୀତି ଅନୁସାରେ ପୂଜା ଅର୍ଚ୍ଚନା ହୋଇଛି । ଉଭୟ ହିନ୍ଦୁ ଏବଂ ମୁସଲିମ ସମ୍ପ୍ରଦାୟର ଲୋକମାନେ ପୂଜା କରିବା ସହ ଚାଦର ଅର୍ପଣ କରିଛନ୍ତି । ସେହିପରି ବିଭିନ୍ନ କମିଟି ପକ୍ଷରୁ ଚାଦର ଶୋଭଯାତ୍ରାରେ ଆସି ବାବାଙ୍କୁ ଚାଦର ଅର୍ପଣ କରିଛନ୍ତି । ଦୂର ଦୁରାନ୍ତରୁ ଆସିଥିବା ଭକ୍ତ ମାନଙ୍କ ପାଇଁ ଲଙ୍ଗର୍ ତଥା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ରାତ୍ରୀରେ କୱାଲି ପ୍ରତିଯୋଗୀତା ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସାର୍ବଜନୀନ ଏହି ଉତ୍ସବରେ ଉତ୍ସବ ମୁଖର ହୋଇଉଠିଛି ସମଗ୍ର ଚାନ୍ଦବାଲି ଅଞ୍ଚଳ ।

Related posts

କମ୍ୟୁନିଟି ହଲ ନିର୍ମାଣରେ ଦୁର୍ନୀତି, ବିଡିଓଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

mahabharatanews

ଆରପାରିରେ ସାମ୍ବାଦିକ ଶରତ ମିଶ୍ର

mahabharatanews

ଆର୍ଥିକ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ନମ୍ବର-୧ ରାଜ୍ୟ: ଅର୍ଥମନ୍ତ୍ରୀ

mahabharatanews