ଓଡିଶା

ପୁଲିସ ଓ ନକ୍ସଲ ଗୁଳିବିନିମୟ; ୨୯ ଜଣ ନକ୍ସଲ ମୃତ୍ୟୁବରଣ

(ମାଲକାନଗିରି) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ଗତ ୧୬ ତାରିଖରେ ପୁଲିସ ଓ ନକ୍ସଲ ଗୁଳିବିନିମୟରେ ୨୯ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ। ସେମାନଙ୍କର ଚିହ୍ନଟ ସରିଛି।

ସୂଚନାନୁଯାୟୀ, ସମସ୍ତ ମୃତ ନକ୍ସଲଙ୍କ ନାମରେ ଘୋଷିତ ପୁରସ୍କାର ଟଂକା ଏବଂ ବନ୍ଧୁକର ମୂଲ୍ୟ ହେଉଛି ୧ କୋଟି ୮୫ ଲକ୍ଷ ୫୫ ହଜାର ଟଂକା ବୋଲି ପୁଲିସ କହିଛି। ଡିବିସି ସଦସ୍ୟ ଶଂକର ରାଓଙ୍କ ଉପରେ ୮ ଲକ୍ଷ ଟଂକା ଥିବାବେଳେ ସେ ଧରୁଥିବା ଏକେ-୪୭ର ମୂଲ୍ୟ ୩ ଲକ୍ଷ ଟଂକା। ସେହିପରି ସଦସ୍ୟା ରୀତା ସଲାମେ ନାମରେ ୫ ଲକ୍ଷ ଓ ହତିଆର ମୂଲ୍ୟ ୧ ଲକ୍ଷ, ବିନୋଦ ଗାବଡେଙ୍କ ନାମରେ ୫ ଲକ୍ଷ ଓ ହତିଆର ମୂଲ୍ୟ ଦେଢ ଲକ୍ଷ, ସୁଖଲାଲ ପଦ୍ଦା ନାମରେ ୫ ଲକ୍ଷ ଓ ହତିଆର ମୂଲ୍ୟ ୩୦ ହଜାର, ରବି ଓରଫ ବଚନୁ ନାମରେ ୧୦ ଲକ୍ଷ, ରମେଶ ଆୟୋମ ନାମରେ ୮ ଲକ୍ଷ, ବଦରୁ ବାଡସେ ନାମରେ ୮ ଲକ୍ଷ ଓ ହତିଆର ମୂଲ୍ୟ ୭୫ ହଜାର, ଅନିତା ଉସେଣ୍ଡି ନାମରେ ୮ ଲକ୍ଷ, ରଜିତା ନାମରେ ୫ ଲକ୍ଷ ଓ ହତିଆର ମୂଲ୍ୟ ୨୦ ହଜାର, ଗୀତା ଉପେଣ୍ଡି ନାମରେ ୫ ଲକ୍ଷ, ସୁରେଖା ଅରଫ ସର୍ମିଲା ନାମରେ ୧ ଲକ୍ଷ, କବିତା ସୋଡି ନାମରେ ୧ ଲକ୍ଷ, ଲୋସନ ଅରଫ କୋଶଲ ନାମରେ ୧ ଲକ୍ଷ ଟଙ୍କା ଥିଲା।

Related posts

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା

mahabharatanews

କଇଠଡା ପଞ୍ଚାୟତ ୭ ଦିନ ପାଇଁ ସଟଡାଉନ

mahabharatanews

୬ ମାସ ପରେ ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ

mahabharatanews