(ଦିଲ୍ଲୀ) : ଦେଶର ଚର୍ଚ୍ଚିତ ଲୋକସଭା ଆସନ ହେଉଛି ଉତ୍ତର ପ୍ରଦେଶର ଆମେଠି ଓ ରାଏବରେଲି ଆସନ । କାରଣ ଏହି ଆସନକୁ କଂଗ୍ରେସର ଗଡ଼ ବୋଲି କୁହାଯାଏ । କିନ୍ତୁ ନିର୍ବାଚନକୁ ଖୁବ୍ କମ୍ ସମୟ ଥିବା ବେଳେ ଏହି ଆସନରେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରି ନାହିଁ । ଦଳର ପ୍ରାର୍ଥୀ ଘୋଷଣା ବିଳମ୍ବକୁ ନେଇ କର୍ମି ଙ୍କ ମନରେ ଦେଖାଦେଇଛି ଅସନ୍ତୋଷ ।
ସୂଚନାନୁଯାୟୀ ,ଏହି ମାମଲାରେ ପଚରାଯିବାରେ ଅବନୀଶ କହିଛନ୍ତି, ଆମେ ୫ ବର୍ଷ ଧରି ପରିଶ୍ରମ କରୁଛୁ । ଗାଁ ଗାଁ ବୁଲି ଦଳକୁ ସାଂଗଠନିକସ୍ତରରେ ମଜଭୂତ କରିଛୁ । ପ୍ରାୟ ସମସ୍ତ ଦଳ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ଆମେଠିର ଜନସାଧାରଣ ଆମକୁ ପ୍ରଶ୍ନ କରୁଛନ୍ତି । ଆମକୁ ଉତ୍ତର ଦେବାକୁ ପଡ଼ୁଛି । ତେବେ କାଲି ପର୍ଯ୍ୟନ୍ତ ରାହୁଲ ଆମେଠିରୁ ନିଜ ନାମ ଘୋଷଣା ନ କଲେ ମୁଁ ଆତ୍ମହତ୍ୟା କରିନେବି । ଇତିହାସରେ ଲେଖା ରହିବ ଯେ ଗାନ୍ଧୀ ପରିବାର ଲାଗି ଜଣେ ଆତ୍ମହତ୍ୟା କରିଥିଲେ ବୋଲି । ଆମର ମନ ଖରାପ ହୋଇ ସାରିଛି । ଏଣୁ ଗାନ୍ଧୀ ପରିବାରକୁ ଏଠାରୁ ନିର୍ବାଚନ ଲଢ଼ିବାକୁ ହେବ ବୋଲି ସେ କହିଛନ୍ତି ।