ମନୋରଞ୍ଜନ

“ସବୁର ଅଭିଜ୍ଞତା ଜରୁରୀ”: ନାଗା ଚୈତନ୍ୟ

(ମୁମ୍ବାଇ) : ସାଉଥ୍ ସୁପରଷ୍ଟାର ତଥା ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ପୁଣିଥରେ ବ୍ୟକ୍ତିଗତ ଜୀବନକୁ ନେଇ ଲାଇମଲାଇଟକୁ ଆସିଛନ୍ତି। ନାଗା ଚୈତନ୍ୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କୁ ବିବାହ କରିଥିବା ବେଳେ ୨୦୨୧ରେ ତାଙ୍କଠାରୁ ଅଲଗା ହୋଇଥିଲେ। ଏମଧ୍ୟରେ ଦୁହେଁ ନିଜ ନିଜ ଜୀବନରେ ଆଗକୁ ବଢ଼ିସାରିଥିବା ବେଳେ ନାଗାଙ୍କ ଏକ ପୁରୁଣା ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି।

ସୂଚନାନୁଯାୟୀ , ନାଗାଙ୍କୁ ଯେତେବେଳେ ପଚରା ଯାଉଛି ଯେ, ଏକା ସାଙ୍ଗରେ ୨ଜଣଙ୍କୁ ଡେଟ୍ କରିଛନ୍ତି କି? ନାଗା ‘ହଁ’ ଲେଖାଥିବା ପ୍ଲାକାର୍ଡ ଉଠାଇ କହୁଛନ୍ତି, ‘ଜୀବନରେ ସବୁକିଛି ଅନୁଭବ କରିବା ଉଚିତ୍। ଯେତେବେଳେ ତୁମେ ବଡ ହେବ ଏବଂ ତୁମେ ଅନୁଭବ କରିବ ଯେ, ମୁଁ ସମସ୍ତ ପ୍ରଭାରର ଅନୁଭୂତି ନେଇ ସାରିଛି, ସେତେବେଳେ ତୁମେ ବିବାହ କରିବାର ସମୟ ଆସିଛି ବୋଲି ଜାଣିପାରିବ।’

Related posts

ଫିଲ୍ମ ‘ଫାଇଟର୍‌’କୁ ଲିଗାଲ ନୋଟିସ  

mahabharatanews

ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ଼ର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ

mahabharatanews

ପରଲୋକରେ ଗାୟିକା ଶାରଦା ରାଜନ

mahabharatanews