ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆତ୍ମ ନିର୍ଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଗଜପତି ପକ୍ଷରୁ ଉଦ୍ୟମୀ ଓଡିଶା ଏମ୍ ଏସ ଏମ୍ ଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଦୁଷ୍ମନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା କୃଷି ଅଧିକାରୀ ରବୀନ୍ଦ୍ର କୁମାର ଆଡେକ, ସି ସି ଡି ର ନିର୍ଦ୍ଦେଶକ ଏ ଜଗନ୍ନାଥ ରାଜୁ, ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ବିଭୂ ରଞ୍ଜନ ସ୍ୱାଇଁ, ବି ସି ସି ବ୍ୟାଙ୍କ ଅଧିକାରୀ, ଡି ପି ଏମ୍ ଟିମନ ବୋରା ପ୍ରମୁଖ ମଞ୍ଚାସିନ ଥିଲେ।ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭ ଆରମ୍ଭ ହୋଇଥିଲା।ଅତିଥି ମାନଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା।
ଆନନ୍ଦ କୁମାର ନେପାକ ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ ଜିଲ୍ଲା ଶିଳ୍ପ ପରିଚାଳକ ବିଭୁ ରଞ୍ଜନ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆସିଥିବା ଉଦ୍ୟୋଗି ମାନଙ୍କୁ ଉତ୍ସ।ହିତ କରିଥିଲେ।ଜିଲ୍ଲାରେ କିପରି ବିକାଶ ହେବ,ଜିଲ୍ଲା ରେ କିପରି ନୂତନ ଉଦ୍ୟୋଗ ପତି ସୃଷ୍ଟି ହେବ ଜିଲ୍ଲାର ଉତ୍ପାଦିତ ଦ୍ରବ୍ଯ ଗୁଡିକ କିପରି ବିକ୍ରି ହୋଇ ପାରିବ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅତିଥି ଷ୍ଟଲ ଉଦଘାଟନ କରି ଥିଲେ।ବିଭିନ୍ନ ହସ୍ତ ତିଆରି ଦ୍ରବ୍ଯ ବିକ୍ରି କରାଯାଇଥିଲା।ଶେଷରେ ଜିଲ୍ଲା ଶିଳ୍ପ ପରିଚାଳକ ବିଭୁ ରଞ୍ଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।ବିଭାଗ ର କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ.
