ବ୍ରିଟିଶ ଅମଳର ପୁରୁଣା ଅପରାଧିକ ଆଇନ ୨୦୨୪ ମସିହାରେ ହଟାଯାଇ ଜନସାଧାରଣଙ୍କ ମଧ୍ୟରେ ଜାତୀୟତାର ହୃଦବୋଧ ତଥା ପୀଡ଼ିତଙ୍କୁ ତ୍ୱରିତ ନ୍ୟାୟ ଦେବା ଲକ୍ଷ୍ୟରେ ନୂତନ ଅପରାଧିକ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୟନ କରାଯାଇଥିଲା। ଏହି ନୂତନ ଆଇନକୁ ନେଇ ସମସ୍ତଙ୍କ ମଧ୍ୟରେ ଏକ ଉତ୍ସାହ ଦେଖାଯାଇଥିବା ବେଳେ ଆଇନର ସଠିକ ତର୍ଜମା ମଧ୍ୟ ନିହାତି ଆବଶ୍ୟକ ଯାହାଫଳରେ ଏହା ଲୋକାଭିମୁଖି ହୋଇପାରିବ,
ସେହି କଥାକୁ ହୃଦୟଙ୍ଗମ କରି ଓଡିଶା ସରକାରଙ୍କ ଆଇନ ବିଭାଗ ତଥା ଗୃହ ବିଭାଗ ଅଧିନ ସାଧାରଣ ଅଭିଯୋଜନ ନିର୍ଦ୍ଦେଶାଳୟ ସହଯୋଗରେ ଆଜି ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗଜପତି ଜିଲ୍ଲା ନ୍ୟାୟାଳୟର ମାନ୍ୟବର ଜିଲ୍ଲା ଦୌରା ଜଜ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଜପତି ଜିଲ୍ଲାର ନନ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟରଙ୍କ ପାଇଁ ଏକ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
