(ମୁମ୍ବାଇ) : ମନୋଜ ବାଜପେୟୀଙ୍କ ୱେବ୍ ସିରିଜ୍ ‘ଦ ଫ୍ୟାମିଲି ମ୍ୟାନ୍’ର କ୍ରେଜ୍ ଜବରଦସ୍ତ ଦେଖିବାକୁ ମିଳିଥିଲା । ଏପର୍ଯ୍ୟନ୍ତ, ଶୋ’ର ଦୁଇଟି ଭାଗ ରିଲିଜ୍ ହୋଇଛି । ଏହି ସିରିଜର ତୃତୀୟ ପାର୍ଟକୁ ପ୍ରଶଂସକ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଖାସ କରି ଏହାର କାହାଣୀ ଲୋକଙ୍କ ମନ ଜିଣିଥିଲା ।
ଆଜ୍ଞା ହଁ, ବର୍ତ୍ତମାନ ପାର୍ଟ ୩’ର ସୁଟିଂ ଆରମ୍ଭ ହୋଇଯାଇଛି । ତେବେ ଚାଲନ୍ତୁ ଜାଣିବା ଏହି ସିରିଜ୍ କେବେ ରିଲିଜ୍ ହେବ । ପ୍ରାଇମ୍ ଭିଡିଓ ସିରିଜ୍ ମଧ୍ୟରୁ ଫ୍ୟାମିଲି ମ୍ୟାନ୍ ସବୁଠାରୁ ଲୋକପ୍ରିୟ ରହିଥିଲା । ଏହାର ଦ୍ୱିତୀୟ ସିଜିନକୁ ମଧ୍ୟ ବଡ଼ ସଫଳତା ମିଳିଥିଲା । ପରେ ପ୍ରଶଂସକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଫ୍ୟାମିଲି ମ୍ୟାନର ତୃତୀୟ ସିଜିନକୁ ନେଇ ନିର୍ମାତାମାନେ ଏକ ଖୁସି ଖବର ସେୟାର କରିଛନ୍ତି । ଏହାର ଏକ ପୋଷ୍ଟର ସେୟାର କରି ସୁଟିଂ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି । ୱେଷ୍ଟଇଣ୍ଡିଜ ତୃତୀୟ ସିଜିନ ବିଷୟରେ ଆଲୋଚନା କରି ମନୋଜ ବାଜପେୟୀ ଏକ ସାକ୍ଷାତକାରରେ କହିଛନ୍ତି, ସିଜନ 3 ଉତ୍ତର-ପୂର୍ବରେ ସୁଟିଂ । ଦ୍ୱିତୀୟ ଭାଗର ଅନ୍ତ ଯେଉଁଠି ହୋଇଥିଲା ସେଠୁ ହିଁ ତୃତୀୟ ଭାଗ ଆରମ୍ଭ ହେବ । , ଫ୍ୟାମିଲି ମ୍ୟାନ୍ ଟିମ୍ ସୂଚନା ଅନୁସାରେ ତୃତୀୟ ସିଜନ୍ ୨୦୨୫ ସୁଦ୍ଧା ମୁକ୍ତିଲାଭ କରିବ ।