ଓଡିଶା

କୋରାପୁଟରେ ସର୍ବାଧିକ ବର୍ଷା ରେକର୍ଡ

(ଭୁବନେଶ୍ୱର) : ଗତ ୨୪ଘଣ୍ଟାରେ କୋରାପୁଟରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ୨୪ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ଆଜିଠୁ ବର୍ଷାର ପରିମାଣ ବଢିବ ।

ସୂଚନାନୁଯାୟୀ , ବିଜୁଳି ଘଡଘଡି ସହ ପବନର ବେଗ ମଧ୍ୟ ୩୦ ରୁ ୪୦ କିମି ଘଣ୍ଟା ପ୍ରତି ରହିପାରେ। ଆଜି ପାଇଁ ଉତ୍ତର ଓଡ଼ିଶାରେ ବିଶେଷ ଭାବେ ବର୍ଷା ହୋଇପାରେ । ଏହା ସହ ଅନ୍ୟ କିଛି ଅଞ୍ଚଳରେ କାଁ ଭାଁ ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ। ଏବେ ନିମ୍ନଚାପ ରେଖା ସକ୍ରିୟ ନାହିଁ। ବଙ୍ଗୋସାଗରରୁ ଆସୁଥିବା ଜଳୀୟବାଷ୍ପ ପୁର୍ଣ୍ଣ ବାୟୁ ରାଜ୍ୟରେ ବର୍ଷା କରାଉଛି। ଏବେ ଟୁଇନ୍ ସିଟିରେ ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିପାରେ। 

Related posts

ସାଇବର ଥାନା ପୋଲିସ ହାତରେ ସାଇବର ଠକ

mahabharatanews

ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ

mahabharatanews

 ଧୁଆଁମୟ ଦୀପାବଳି ପାଳିଲେ ଟ୍ୱିନ୍ ସିଟିବାସୀ 

mahabharatanews