ଓଡିଶା

କୋରାପୁଟରେ ସର୍ବାଧିକ ବର୍ଷା ରେକର୍ଡ

(ଭୁବନେଶ୍ୱର) : ଗତ ୨୪ଘଣ୍ଟାରେ କୋରାପୁଟରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ୨୪ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ଆଜିଠୁ ବର୍ଷାର ପରିମାଣ ବଢିବ ।

ସୂଚନାନୁଯାୟୀ , ବିଜୁଳି ଘଡଘଡି ସହ ପବନର ବେଗ ମଧ୍ୟ ୩୦ ରୁ ୪୦ କିମି ଘଣ୍ଟା ପ୍ରତି ରହିପାରେ। ଆଜି ପାଇଁ ଉତ୍ତର ଓଡ଼ିଶାରେ ବିଶେଷ ଭାବେ ବର୍ଷା ହୋଇପାରେ । ଏହା ସହ ଅନ୍ୟ କିଛି ଅଞ୍ଚଳରେ କାଁ ଭାଁ ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ। ଏବେ ନିମ୍ନଚାପ ରେଖା ସକ୍ରିୟ ନାହିଁ। ବଙ୍ଗୋସାଗରରୁ ଆସୁଥିବା ଜଳୀୟବାଷ୍ପ ପୁର୍ଣ୍ଣ ବାୟୁ ରାଜ୍ୟରେ ବର୍ଷା କରାଉଛି। ଏବେ ଟୁଇନ୍ ସିଟିରେ ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିପାରେ। 

Related posts

ମାଙ୍କୁ ଦେଖି ଭାବ ବିହ୍ୱୋଳ ଭକ୍ତ: ତୃତୀୟ ଦିନରେ ଯାତ୍ରା

mahabharatanews

ସମ୍ବଲପୁରରେ ବର୍ଷେ ବନ୍ଦ ସମସ୍ତ ଧାର୍ମିକ ଶୋଭାଯାତ୍ରା

mahabharatanews

ବୃଦ୍ଧାଙ୍କୁ ଧକ୍କା ଦେଲା ବାଇକ୍

mahabharatanews