ଭାରତ

ଦିଲ୍ଲୀରେ ତାଣ୍ଡବ ରଚିଲା ବର୍ଷା ଓ ପବନ

(ଦିଲ୍ଲୀ) : ଗତ କିଛି ଦିନ ଧରି ଦେଶର ରାଜଧାନୀରେ ଡହ ଡହ ଖରା ହେଉଥିବା ବେଳେ ହଠାତ୍ ତାଣ୍ଡବ ରଚିଲା ବର୍ଷା ଓ ପବନ । ରାଜଧାନୀରେ ଏହା ତାଣ୍ଡବ ରଚିବା ସହ ଲୋକଙ୍କୁ କରିଛି ହନ୍ତ ସନ୍ତ । ଏହି ଝଡ଼ ଯୋଗୁଁ ବହୁ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିବା ବେଳେ ବହୁ ଘର ବି କ୍ଷତିଗ୍ରସ୍ତ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଦିଲ୍ଲୀରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୩ ଜଣ ଆହତ ହୋଇଛନ୍ତି ।

ସୂଚନାନୁସାରେ, ଗତ କିଛି ଦିନ ଧରି ରାଜଧାନୀରେ ଡହ ଡହ ଖରା ହେଉଥିବା ବେଳେ ଗତକାଲି ହଠାତ୍ ଝଡ଼ ଆରମ୍ଭ ହୋଇଗଲା । ରାଜଧାନୀରେ ଏହା ତାଣ୍ଡବ ରଚିବା ସହ ଲୋକଙ୍କୁ କଲବଲ କଲା । ୬୦ରୁ ୭୦ କିମି ବେଗରେ ପବନ ବହିଥିଲା । ଫଳରେ ବହୁ ବଡ଼ ବଡ଼ ଗଛ, ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ରାସ୍ତା ଉପରେ ପଡ଼ିଥିଲା । ଦିଲ୍ଲୀର ଦ୍ୱାରକାରେ ଏକ ବାଇକ୍ ଓ ଆମ୍ବୁଲାନ୍ସ ଉପରେ ଏକ ସାଇନବୋର୍ଡ ପଡ଼ିଯାଇଥିଲା । ଏଥିଯୋଗୁ ଆମ୍ବୁଲାନ୍ସରେ ଥିବା ଦୁଇ ଜଣ ଓ ଜଣେ ଅଟୋ ଡ୍ରାଇଭର ଗୁରୁତର ହୋଇଥିଲେ । ତୁନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Related posts

ଥଣ୍ଡା ପାଇଁ ଜାନୁଆରୀ ୧୩ ପର୍ଯ୍ୟନ୍ତ ସ୍କୁଲ ଛୁଟି

mahabharatanews

ସିଏସକେ କ୍ୟାପଟେନ୍ସି ଛାଡ଼ିଲେ ଧୋନି, ଜାଡେଜା ସମ୍ଭାଳିବେ ଦଳର କମାଣ୍ଡ

mahabharatanews

ପଶ୍ଚିମବଙ୍ଗରେ ନେତାଙ୍କୁ ହତ୍ୟା

mahabharatanews