ବିଶ୍ୱ

ଆଫଗାନିସ୍ତାନରେ ବନ୍ୟା ପରିସ୍ଥିତି 

(ଆଫଗାନିସ୍ତାନ) : ଆଫଗାନିସ୍ତାନରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଦ୍ୱାରା ଦେଶର ଉତ୍ତର ଭାଗ ଅଧିକ ପ୍ରଭାବିତ ହୋଇଛି। ଗୋଟିଏ ଦିନରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମିଳିତ ଜାତିସଂଘ ଶନିବାର ଏକ ବିବୃତ୍ତିରେ ଏହି ସୂଚନା ଦେଇଛି।

ସୂଚନାନୁଯାୟୀ , ମିଳିତ ଜାତିସଂଘର ଅନ୍ତର୍ଜାତୀୟ ସଂଗଠନ ଆଇଓଏମ୍ କହିଛି ଶୁକ୍ରବାର ଦିନ ପ୍ରବଳ ବର୍ଷା ଯୋଗୁଁ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ବାଘଲାନ ପ୍ରଦେଶରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ହଜାର ହଜାର ଘର ନଷ୍ଟ ହୋଇଯାଇଥିଲା। ଜାଦିଦ୍ ଜିଲ୍ଲାରେ ୧,୫୦୦ ରୁ ଅଧିକ ଘର ନଷ୍ଟ ହୋଇଯାଇଥିଲା ଏବଂ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ବୋଲି ଆଇଓଏମ କହିଛି। ଶୁକ୍ରବାର ରାତିରେ ତାଲିବାନ ସରକାରୀ କର୍ମଚାରୀ କହିଥିଲେ ଯେ ୬୨ ଜଣଙ୍କର ମୃତ୍ୟୁ ହୋଇଛି।

Related posts

ଲାହୋରରେ ସିରିଜ ବିସ୍ଫୋରଣ: ୫ ମୃତ

mahabharatanews

ଜୀବନସାଥିଙ୍କଠୁ ଅଲଗା ହେଲେ ଇଟାଲୀ ପ୍ରଧାନମନ୍ତ୍ରୀ

mahabharatanews

ପାକିସ୍ତାନରେ ଖାଦ୍ୟ ଅଭାବ ମୁଖ୍ୟ ସମସ୍ୟା; ଲୋକେ ଯାହା ପାଉଛନ୍ତି ବୋହି ନେଉଛନ୍ତି

mahabharatanews