ଭାରତ

ପରଲୋକରେ ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀ

(ବିହାର) : ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀଙ୍କ ଦେହାନ୍ତ ହୋଇଛି । ୭୨ ବର୍ଷୀୟ ମୋଦୀ କର୍କଟ ରୋଗ ସହ କରୁଥିଲେ ସଂଘର୍ଷ । ଗତ ମାସରେ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ।

ସୂଚନାନୁଯାୟୀ , ସେ ଗତ ୬ ମାସ ଧରି କର୍କଟ ରୋଗ ସହ ଲଢ଼ୁଛନ୍ତି । ଏପ୍ରିଲ୍ ୩ ରେ, ସେ ଏକ୍ସ ରେ ଲେଖିଥିଲେ ଯେ ବର୍ତ୍ତମାନ ଲୋକଙ୍କୁ କହିବାର ସମୟ ଆସିଛି । ପ୍ରାୟ ୧୧ ବର୍ଷ ଧରି ସୁଶୀଲ ମୋଦୀ ବିହାରର ଡେପୁଟି ସିଏମ୍ ରହି ଥିଲେ । ଡିସେମ୍ବର ୨୦୨୦ ରେ ଭାରତୀୟ ଜନତା ପାର୍ଟି ତାଙ୍କୁ ରାଜ୍ୟସଭାକୁ ନିର୍ବାଚିତ କରିଥିଲା । ବିହାର ରାଜନୀତିରେ ବିଜେପିର ଜଣେ ଟାଣୁଆ ନେତା ଥିଲେ ଶୁଶୀଲ ।  ୨୦୦୪ରେ ଲୋକସଭା ଓ ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

Related posts

ସିଦ୍ଧାରମେୟାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେନି ଉଦ୍ଧବ ଠାକରେ

mahabharatanews

ବଦଳିବ ‘ଆଲିଗଡ଼’ର ନାମ

mahabharatanews

ପାକ୍ ମିଡିଆରେ ଭାରତର ଅଗ୍ନିପଥ ଯୋଜନା ଉପରେ ବିତର୍କ

mahabharatanews