ଓଡିଶା

୧୯ରେ ଆଣ୍ଡାମାନ ଛୁଇଁବ ମୌସୁମୀ ବାୟୁ

(ଭୁବନେଶ୍ୱର) : ଆସନ୍ତା ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁବ। ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପପୁଞ୍ଜ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେବାକୁ ଏବେ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ , ଜୁନ ୮ରେ ଭାରତର ମୁଖ୍ୟ ଭୂଖଣ୍ଡର କେରଳ ଉପକୂଳକୁ ପ୍ରବେଶ କରିଥିଲା। ଓଡ଼ିଶାକୁ ପାଖାପାଖି ୧୦ ଦିନ ବିଳମ୍ବରେ ଅର୍ଥାତ୍‌ ଜୁନ୍‌ ୨୨ ବେଳକୁ ପହଞ୍ଚିଥିଲା। ତେବେ ଏଥର ମୌସୁମୀ ସ୍ବାଭାବିକ ସମୟରେ ଭାରତ ଭୂଖଣ୍ଡ ସମେତ ଓଡ଼ିଶାକୁ ଛୁଇଁବା ନେଇ ପାଣିପାଗର ବିଭିନ୍ନ ମଡେଲ୍‌ ଆକଳନ କରିଛନ୍ତି। କାଳବୈଶାଖୀ ପ୍ରଭାବରେ ବର୍ଷା ଲାଗିରହିଥିବାରୁ ସପ୍ତାହେ ହେଲା ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିଲା। ଆସନ୍ତା ଦୁଇ ଦିନ ମଧ୍ୟ କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ।

Related posts

ଇଂରାଜୀ ନବବର୍ଷ ରାତିରେ ଖୋଲିବନି ଶ୍ରୀମନ୍ଦିର ! ଗଜପତି ମହାରାଜାଙ୍କୁ ଲେଖିଲେ ଚିଠି

mahabharatanews

ଆଜିଠୁ ଶୁଭାରମ୍ଭ ହେବ ଲକ୍ଷ୍ମୀ ଯୋଜନା

mahabharatanews

ଆଜିଠୁ ୩ ଦିନିଆ ପାଇଁ  ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews