ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’ରେ କମ୍ପିବ ଭୁବନେଶ୍ୱର

(ଭୁବନେଶ୍ୱେର) : ପ୍ରଚାର ଓ ରୋଡ ସୋରେ କମ୍ପିବ ରାଜଧାନୀ | ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’ରେ କମ୍ପିବ ଭୁବନେଶ୍ୱର । ୨୦୧୯ ନିର୍ବାଚନ ଭଳି ହାଇଟେକ୍ ବସରେ ପ୍ରଚାର କରିବେ ନବୀନ । ବସ୍ ଉପରକୁ ଉଠି ହାତ ହଲାଇ ଅଭିବାଦନ ନେବା ସହ ନିଜ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର ।
ସୂଚନା ଅନୁସାରେ, ସନ୍ଧ୍ୟା ସାଢ଼େ ୬ଟାରେ ୟୁନିଟ୍-୬ ଗଙ୍ଗନଗର ଛକରୁ ଆରମ୍ଭ ହେବ ରୋଡ୍ ସୋ’ । ୬ଟା ୩୦ରେ ଗୋପବନ୍ଧୁ ଛକରେ ସାଧାରଣ ଲୋକଙ୍କୁ କରିବେ ସମ୍ବୋଧନ । ପରେ ୬.୪୦ରେ ୟୁନିଟ୍-୮ ଡିଏଭି ସ୍କୁଲ ଛକରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରିବେ । ପରେ ୬.୫୦ରେ ସାଇକ୍ରିଷ୍ଣା କ୍ଲବ ଛକ, ଏଚଡିଏଫସି ବ୍ୟାଙ୍କ ଛକ, ବାଲୁଙ୍କେଶ୍ୱର ମନ୍ଦିର ଛକ ଓ ମମତାଜ ଅଲ୍ଲୀ ସ୍କୁଲ ଛକ ଏବଂ ୭ଟାରେ କଳିଙ୍ଗ ଷ୍ଟାଡିୟମ ଛକରେ ପହଂଚିବା ପରେ ଜନତାଙ୍କୁ ଦେବେ ସମ୍ବୋଧନ । ନିକୋ ପାର୍କ ଛକ ଦେଇ ୭ଟା ୧୫ରେ ବାୟାବାବା ମଠରେ ପହଞ୍ଚିବେ । ୭ଟା ୨୦ରେ ସତ୍ୟନଗର, ମାଷ୍ଟର କ୍ୟାଂଟିନ ଓ ପରେ ରାଜମହଲ ଛକରେ ପହଞ୍ଚିବ ନବୀନଙ୍କ ରୋଡ୍ ସୋ’ । ସନ୍ଧ୍ୟା ୭ଟା ୩୦ରେ ରାଜମହଲରେ ସରିବ ନବୀନଙ୍କ ରୋଡ୍ ସୋ ।

Related posts

ରାସ୍ତା କଡକୁ ଓଲଟିଲା କାର, କାର ଛାଡି ଚାଲିଗଲେ ଡ୍ରାଇଭର

mahabharatanews

ଏକ ଲକ୍ଷ ୮୫ ହଜାର ୩୫୩ ଜଣ ହିତାଧିକାରୀଙ୍କୁ ୩୮ କୋଟି ୧୧ ଲକ୍ଷ ୧୬ ହଜାର ଟଙ୍କା ପ୍ରଦାନ

mahabharatanews

ଗାଁ କୁ ଯାଇପାରିଲାନି ଆମ୍ବୁଲାନ୍ସ ! ରାସ୍ତାରେ ଜନ୍ମ ଦେଲେ ଶିଶୁକୁ

mahabharatanews