ଓଡିଶା

ଶ୍ରୀଲଙ୍କାରେ ନିର୍ମାଣ ହେବ ସୀତା ମନ୍ଦିର: କମଲନାଥ

(ମହାଭାରତ, ଭୋପାଲ): ଶ୍ରୀଲଙ୍କକାରେ ଭବ୍ୟ ସୀତା ମନ୍ଦିର ନିର୍ମାଣ ହେବ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ସୋମବାର ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶ ସରକାର ଏହି ମନ୍ଦିର ନିର୍ମାଣ କରିବେ ବୋଲି ସେ କହିଛନ୍ତି । ଲୋକସମ୍ପର୍କ ମନ୍ତ୍ରୀ ପିସି ଶର୍ମାଙ୍କ ଉପସ୍ଥିତିରେ ରାଜ୍ୟ ସଚିବାଳୟ ଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈ÷ଠକରେ କମଲନାଥ ଏହି ଘୋଷଣା କରିଥିଲେ । ବେଠକରେ ମହାବୋଧୀ ସୋସାଇଟିର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ସୀତା ମନ୍ଦିର ନିର୍ମାଣ ପାଇଁ ମଧ୍ୟପ୍ରଦେଶ ଓ ଶ୍ରୀଲଙ୍କାର ପ୍ରତିନିଧିଙ୍କୁ ନେଇ ଏକ କମିଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟି ମନ୍ଦିର ନିର୍ମାଣ କାରମ ଉପରେ କ୍ରମାଗତ ଭାବେ ନଜର ରଖିବ ବୋଲି କମଲନାଥ କହିଛନ୍ତି । ଏଥିସହ ସାଞ୍ଚିରେ ଏକ ବୌଦ୍ଧ ସଂଗ୍ରହାଳୟ, ଅଧ୍ୟୟନ କେନ୍ଦ୍ର ଓ ତାଲିମ କେନ୍ଦ୍ର ପାଇଁ ଏକ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ସେ ସୂଚନା ଦେଇଛନ୍ତି । ମନ୍ଦିରର ନିର୍ମାଣ ପାଇଁ ନକ୍ସା ଖୁବଶୀଘ୍ର ପ୍ରସ୍ତୁତ ହେବ ଏବଂ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରାଯିବା ନେଇ କମିଟି ତଦାରଖ କରିବ । ତେବେ ସୀତା ମନ୍ଦିର ନିର୍ମାଣ କାମ ବର୍ଷକ ମଧ୍ୟରେ ଶେଷ ହେବ ବୋଲି ସୂଚନା ମିଳିଛି ।

Related posts

ଅସହାୟଙ୍କ ପାଇଁ ସ୍ୱପ୍ନ ସରକାରୀ ଯୋଜନା: ଭଙ୍ଗା କୁଡିଆରେ ବିତୁଛି ଉର୍ମିଳାଙ୍କ ଜୀବନ

mahabharatanews

ଖଜୁରୀଡିହା କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କୁ ମିଳୁଛି ବାସି ଖାଦ୍ୟ

mahabharatanews

୧୫ ଦାଦନ ଶ୍ରମିକକୁ ଉଦ୍ଧାର କଲା ଖପ୍ରାଖୋଲ ପୋଲିସ

mahabharatanews

Leave a Comment