ଓଡିଶା

“ନିର୍ବାଚନରେ ହିଂସା ଉପରେ ଶୂନ୍ୟ ସହନଶୀଳତା ଆପଣାଇଛୁ”: ସିଇଓ

(ଭୁବନେଶ୍ୱର) : ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଶୃଙ୍ଖଳିତ ଭାବେ ଜାରି ରହିଛି । ଭୋଟର ମାନଙ୍କ ମଧ୍ୟରେ ଉତ୍ସାହ ରହିଛି । ସକାଳ ୯ ସୁଦ୍ଧା ରାଜ୍ୟରେ ୭ ପ୍ରତିଶତ ଭୋଟିଂ ହୋଇଛି । ସୁନ୍ଦରଗଡ ଲୋକସଭା ଅନ୍ତର୍ଗତ ୨ ଟି ନିର୍ବାଚନ ମଣ୍ଡଳୀ ରାଉରକେଲା ଓ ରଘୁନାଥପାଲ୍ଲୀ ଭଲ ଭୋଟିଂ ହାର ରହିଛି । ରାଉରକେଲାରେ ୭ ପ୍ରତିଶତ ହୋଇଥିବା ବେଳେ ରଘୁନାଥପାଲ୍ଲୀରେ ସର୍ବାଧିକ ୯ ପ୍ରତିଶତ ଭୋଟିଂ ହୋଇଛି । ମାଓ ପ୍ରଭାବିତ ଅଞ୍ଚଳରେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ମତଦାନ ହେଉଛି । କନ୍ଧମାଳ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଜି ଉଦୟଗିରିରେ ୮.୨୮ ପ୍ରତିଶତ ମତଦାନ ହୋଇଛି । ବାଲିଗୁଡାରେ ମଧ୍ୟ ପ୍ରାୟ ୭ ପ୍ରତିଶତ ମତଦାନ ହୋଇଛି । ସେହିପରି କେତେକ ସ୍ଥାନରେ ଇଭିଏମ ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ସୁଦ୍ଧା ୭୦ ବାଲାଟ ୟୁନିଟ ୮୫ କଣ୍ଟ୍ରୋଲ ୟୁନିଟ ଓ ୧୬୮ ଭିଭିପାଟ ୟୁନିଟ ପରିବର୍ତନ କରାଯାଇଛି । ସମୁଦାୟ ୯୧୬୨ ବୁଥରୁ ୫୪୦୦ ସେଣ୍ଟରରେ ୱେବ କଷ୍ଟିଂ ଚାଲୁ ରହିଛି ।

ଚଳିତ ନିର୍ବାଚନରେ ଥିମ ରହିଛି ‘ଗାଁ କି ସହର ଯେଉଁଠି ଥାଅ, ନିଜର ଭୋଟ ନିଶ୍ଚୟ ଦିଅ’ । ସେହିପରି ପଶ୍ଚିମ ଓଡିଶା ପାଇଁ ‘ମିଲିମିଶି ହେମା ଯୋଟ୍‌, ସଭେ ଆସ ଦେମା ଭୋଟ୍‌’ । ଆସ୍କା ଲୋକସଭା ଅନ୍ତର୍ଗତ ଖଲ୍ଲିକୋଟର ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି । ଘଷିପୁରାରେ ରାଜନୈତିକ ପ୍ରତିଦ୍ବନ୍ଦିତା ବାବଦରେ ଅବଗତ ଅଛୁ । ଗତକାଲି ପୋଲିସ ଡିଜିଙ୍କ ସହିତ ଆଲୋଚନା କରିଛି । ସ୍ଥିତିକୁ ଖୁବଶୀଘ୍ର ନିୟନ୍ତ୍ରଣରେ ଆଣିବା ଲାଗି ଆମେ ପଦକ୍ଷେପ ନେଉଛୁ । ନିର୍ବାଚନରେ ହିଂସା ଉପରେ ଆମେ ଶୂନ୍ୟ ସହନଶୀଳତା ଆପଣାଇଛୁ । ଘଷିପୁରା ସମେତ କେନ୍ଦୁଝର ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ଲାଗି ପଦକ୍ଷେପ ନେଉଛୁ ।

Related posts

ରଥ ଚଉପଟ ଲାଗି ସମ୍ପନ୍ନ

mahabharatanews

ରାଜଧାନୀରୁ ଆଉ ୧୭ କରୋନା ସଂକ୍ରମିତ

mahabharatanews

ବ୍ରାଉନସୁଗାର ଧରି ଯାଉଥିବା ବେଳେ ଧରିଲା ପୋଲିସ, ଦୁଇ ଗିରଫ

mahabharatanews