ଓଡିଶା

 ପ୍ରବଳ ବର୍ଷାର ମୁକାବିଲା ପାଇଁ ସତର୍କ

(ଭୁବନେଶ୍ୱର) : ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ନେଇ ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ କମିଶନର । ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଆରଡିସିଙ୍କୁ ଚିଠି ଲେଖିଛନ୍ତି SRC । ପ୍ରବଳ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସତର୍କ କରାଇଛନ୍ତି ଏସଆରସି ।

ସୂଚନାନୁଯାୟୀ , ୨୨ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରିବ । ୨୪ରେ ଏହା ଅବପାତର ରୂପ ନେଇପାରେ । ଏହାର ପ୍ରଭାବେ ସମୁଦ୍ର ଅଶାନ୍ତ ରହିବ । ୨୪ ଓ ୨୫ ତାରିଖର ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Related posts

ବଦଳିଲା କ୍ବାରେଣ୍ଟିନ୍ ନିୟମ

mahabharatanews

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

mahabharatanews

ଲିଙ୍ଗରାଜ ମନ୍ଦିର ପାଇଁ ବିଏମସି ପକ୍ଷରୁ ଏକ ନୂଆ ଗାଇଡଲାଇନ ପ୍ରକାଶ

mahabharatanews