ଓଡିଶା

ଭୁଲ ସ୍ୱୀକାର କଲେ ସମ୍ବିତ ପାତ୍ର

(ପୁରୀ) : ସମ୍ବିତ ପାତ୍ର କରିବେ ଉପବାସ । ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିତ ବୟାନ ପରେ ଭୁଲ ସ୍ୱୀକାର କରିଛନ୍ତି ପୁରୀ ଲୋକସଭା ଆସନ ବିଜେପି ପ୍ରାର୍ଥୀ । ଏହାସହ ଏଥିପାଇଁ ୩ ଦିନ ପାଇଁ ଉପବାସ କରିବେ ।

ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସମ୍ବିତ ପାତ୍ର କହିଛନ୍ତି, “ପଶ୍ଚାତାପ_ପାଇଁ_୩ଦିନ_ଉପବାସ_କରିବି_ମହାପ୍ରଭୁଙ୍କୁ_କ୍ଷମା_ମାଗିବି ମୁଁ ମହାପ୍ରଭୁଙ୍କ ପୁଅ, ତାଙ୍କ ଶ୍ରୀଚରଣେ କ୍ଷମା ମାଗୁଛି । ଅଜାଣତରେ ମୁହଁରୁ ଓଲଟା ବାକ୍ୟ ବାହାରି ଆସିଲା , ଯାହା ଶୋଭନୀୟ ନୁହଁ । ଅଜାଣତରେ ହୋଇଥିବା ଭୁଲକୁ ମହାପ୍ରଭୁ କ୍ଷମା କରିବେ । ଏ ବିଷୟରେ ରାଜନୀତି ନକରି ବଡ଼ ହୃଦୟ ରଖି ମତେ କ୍ଷମା କରନ୍ତୁ । ପଶ୍ଚାତାପ ପାଇଁ ୩ ଦିନ ଉପବାସ କରି ମହାପ୍ରଭୁଙ୍କୁ କ୍ଷମା ମାଗିବି  ।

Related posts

ଜରଡାରେ ବିଶ୍ୱ କଲ୍ୟାଣ ମହାଯଜ୍ଞ ଆରମ୍ଭ

mahabharatanews

ରାଜ୍ୟରେ ଆଜି ୮ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews

ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଉଦ୍ଘାଟିତ

mahabharatanews