ଓଡିଶା

ବଢ଼ିଲା ବାତ୍ୟା ଆଶଙ୍କା

(ଭୁବନେଶ୍ୱର) : ବଢ଼ିଲା ବାତ୍ୟା ଆଶଙ୍କା। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହି ଲଘୁଚାପ ଉତର-ପୂର୍ବ ଦିଗକୁ ଗତି କରିବା ସହିତ ୨୪ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେଇ ଉତର-ପୂର୍ବ ଦିଗକୁ ଗତି କରିପାରେ ।

ସୂଚନାନୁଯାୟୀ , ଏହାର ପ୍ରଭାବରେ ୨୧ତାରିଖରୁ ସମୁଦ୍ର ଅଶାନ୍ତ ହେବା ଆରମ୍ଭ ହେବ । ୨୩ତାରିଖଠାରୁ ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । ସମୁଦ୍ରରେ ଥିବା ମତ୍ସଜୀବୀଙ୍କୁ ୨୩ତାରିଖ ପୂର୍ବରୁ ଉପକୂଳକୁ ଫେରି ଆସିବା ସହ ୨୪ତାରିଖରେ ଉତର ବଙ୍ଗୋପସାଗରରେ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଆଗାମୀ ୫ଦିନରେ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୨୪ଘଂଟାରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଂଜ ଆଲର୍ଟ ଜାରି କରାଯାଇଛି ।

Related posts

କୋଣାର୍କରେ ପ୍ରଦର୍ଶିତ ହୋଇଛି ଓଡିଶୀ ନୃତ୍ୟ

mahabharatanews

ଏହି ସ୍ଥାନରୁ ମିଳିଲା ନିଖୋଜ ପର୍ଯ୍ୟଟକଙ୍କ ଶରୀର

mahabharatanews

ବୃଦ୍ଧି ପାଉଛି ହାତୀ ଉପଦ୍ରଵ , ଧାନ ଖାଇ ଭାଙ୍ଗିଲା ଘର

mahabharatanews