ଓଡିଶା

କଙ୍ଗାରୁ କୋର୍ଟକରି ମାଡ ମାରିଥିବା ଘଟଣାରେ ୮ ଜଣଙ୍କୁ କୋର୍ଟ ଚାଲାଣ

କାଲିମେଳା /ଆଶିଷ ବେନ: ଗୁଣିଗାରେଣି ସନ୍ଦେହରେ ଫାଶୀ ହତ୍ୟାର ଧମକ ସହ କଙ୍ଗାରୁ କୋର୍ଟରେ ମାଡ ମାରିଥିବା  ଘଟଣା ରେ  ୮ ଜଣଙ୍କୁ କୋର୍ଟ ଚାଲାଣ କରିଛି ଏମ୍. ଭି-79 ଥାନା ପୋଲିସ। ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କାଲଦାପାଲି ପଞ୍ଚାୟତ ର ତାଙ୍ଗୁଡ଼କୋଣ୍ଡା ଗ୍ରାମର ଘଟଣା l କୋଙ୍ଗାରୁକୋର୍ଟ ରେ ବେକରେ ରସି ଲଗେଇ ମାରିଦେଉଥିଲେ  ପରେ କୋଙ୍ଗାରୁ କୋର୍ଟ ରେ ମାରି ସାରିବା ପରେ ନଦୀ କୂଳକୁ ନେଇ ନିର୍ଧୁମ ଛେଚିଲେ ଆହୁ ଘରେ ଆଣି ଫିଙ୍ଗି ଦେଲେ ଗ୍ରାମବାସୀ l ଏହିପରି କି  ମେଡିକାଲ କୁ ନେବାକୁ ବାରଣ କରିବା ସହ ମେଡିକାଲ କୁ ନେଲେ କିମ୍ବା କୌଣସି ଥାନାରେ ଅଭିଯୋଗ କଲେ ପରିବାର କୁ ହତ୍ୟା କରିବୁ ବୋଲି ଧମକ ଦେଇଥିଲେ l କିଛିଦିନ ତଳେ ଗ୍ରାମର ଲୋକଙ୍କୁ ସ୍ୱପ୍ନ ଆସିଥିଲା ଯେ ଅଭିଯୋଗକାରୀ ଚେନସା ମାଡି ଗୁଣିଗାରେଣି କରୁଛି ସେଥିସକାଶେ ଗ୍ରାମରେ ଏକ କୋଙ୍ଗାରୁ କୋର୍ଟ କରି ଜୀବନରେ ମାରିଦେବାକୁ ଯୋଜନା କରିଥିଲେ ଗ୍ରାମବାସୀ  l    ମାଲକାନଗିରି SDPO ଏହି ଘଟଣା ରୋ ତଦନ୍ତ କରି କେଶ ନମ୍ବର  85/24 ରେ ରେଜିଷ୍ଟ୍ରେସନ କରାଯଇ ୮ ଜଣକୁ ଚାଲାଣ କରାଯାଇଛି  l

Related posts

ଭୁବନେଶ୍ୱରରେ  ଆଉ ସାଇବର ଥାନା ଉଦ୍ଘାଟିତ

mahabharatanews

ରାମପ୍ରସାଦ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

mahabharatanews

ବରୀ ଥାନା ପକ୍ଷରୁ କରୋନା ସଚେତନତା କାର୍ୟ୍ୟକ୍ରମ

mahabharatanews