ଓଡିଶା

ବାତ୍ୟାର ପ୍ରଭାବ; ଓଡ଼ିଶାର ୪ ଟି ବନ୍ଦରକୁ ବିପଦ ସଂକେତ ଜାରି

(ଭୁବନେଶ୍ୱର) :  ବାତ୍ୟାର ପ୍ରଭାବ ଓଡ଼ିଶାରେ ସିଧା ସଳଖ ନପଡିଲେ ବି ଏହାର ପରୋକ୍ଷ ପ୍ରଭାବ ରହିବ । ଏଥିପାଇଁ ରାଜ୍ୟର ୪ ଟି ଯାକ ବନ୍ଦରକୁ ୧ ନମ୍ବର ବିପଦ ସଂକେତ ଦିଆଯାଇଛି । ବାତ୍ୟା ପ୍ରଭାବରେ ବାଲେଶ୍ୱରରେ ଆରମ୍ଭ ହେଲାଣି ବର୍ଷା ,ପବନ । ଅବପାତରେ ପରିଣତ ହେଲାଣି ଲଘୁଚାପ । ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଜିଲ୍ଲାରେ ବର୍ଷା ପବନ ଆରମ୍ଭ ହୋଇଯାଇଛି ।

ସୂଚନାନୁଯାୟୀ , ଅବପାତ ପ୍ରଭାବରେ ଭୋଗରାଇରେ ବର୍ଷା ହେଉଛି , ପବନ ମଧ୍ୟ ବହୁଛି । ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ସେହିପରି ପୁରୀ ଅସ୍ତରଙ୍ଗରେ ମଧ୍ୟ ପାଗରେ ପରିବର୍ତ୍ତନ ହୋଇଛି । ବଙ୍ଗୋପସାଗରରେ ସୃଷ୍ଟି ସାମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଆଜି ସକାଳୁ ପାଗରେ ପରିବର୍ତ୍ତନ ହୋଇଛି । ଉପକୂଳରେ ଏହାର ପ୍ରଭାବ ନଥିଲେ ମଧ୍ୟ ଅସ୍ତରଙ୍ଗରେ ବର୍ଷା ସାଙ୍ଗକୁ ହାଲକା ପବନ ଆରମ୍ଭ ହୋଇଯାଇଛି । ଏହି ବର୍ଷା ସାଙ୍ଗକୁ କୋହଲା ପାଗରେ ଅସ୍ତରଙ୍ଗରେ ଅସହ୍ୟ ଗରମରୁ ଆଶ୍ୱସ୍ତି ମିଳିଛି । ଅବପାତର ରୂପ ନେଲା ସମ୍ଭାବ୍ୟ ବାତ୍ୟା ‘ରେମାଲ’ , ୨୬ରେ ଲ୍ୟାଣ୍ଡଫଲ ଓଡ଼ିଶା ଉପକୂଳରେ ୨୫ ତାରିଖରେ ୪୦ ରୁ ୫୦ କିମି ବେଗରେ ପବନ ବହିବ ।

Related posts

ଭାରତୀୟ ମଜଦୁର ସଂଘ କାର୍ଯ୍ୟାଳୟରେ ଶ୍ରମିକଙ୍କ ମିଶ୍ରଣ ପର୍ବ ଅନୁଷ୍ଠିତ

mahabharatanews

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଏସ ମୁରଲୀଧର ନିଯୁକ୍ତ

mahabharatanews

ପାରାଦ୍ୱୀପ ୟୁନିଟ ଟ୍ରଷ୍ଟ୍ ପକ୍ଷରୁ ନିରାଶ୍ରୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

mahabharatanews