ଓଡିଶା

ବାତ୍ୟା ‘‌ରେମାଲ’; ଓଡ଼ିଶାରେ ପ୍ରବଳ ବର୍ଷା

(ଭୁବନେଶ୍ୱର) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘‌ରେମାଲ’ । ଆଜି ଭୀଷଣ ବାତ୍ୟାର ରୂପ ନେଇ ମଧ୍ୟରାତ୍ରିରେ ବାଂଲାଦେଶ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳକୁ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ପାଖାପାଖି ୧୨୦ କି‌ଲୋମିଟର ରହିଥିବା ଜଣାପଡ଼ିଛି। ଆଜି ରାତି ୮ଟା ୩୦ରେ ‘‌ରେମାଲ’ ସାଗର ଦୀପଠାରୁ ୧୩୦ କିମି, ଖେପୁପରାଠାରୁ ୧୪୦ ଓ ମୋଙ୍ଗଲା(ବାଂଲାଦେଶ)ଠାରୁ ୧୬୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିଲା।

ସୂଚନାନୁଯାୟୀ , ଲ୍ୟାଣ୍ଡଫଲ୍ ପରେ ବାଂଲାଦେଶ ଉପକୂଳ ଓ ସଂଲଗ୍ନ ପଶ୍ଚିମବଙ୍ଗରେ ତାଣ୍ଡବ ରଚିବା ଆରମ୍ଭ କରିଛି। ହାଲୁକାରୁ ମଧ୍ୟମଧରଣର ବର୍ଷା ଲାଗିରହିଛି। ରାତିରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି। ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ହେଉଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଯାଜପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରଭାବ ପଡ଼ିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆର୍‌ସି) ବାତ୍ୟା ପ୍ରଭାବିତ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନ‌ିର୍ଦ୍ଦେଶ ଦେଇଥିଲେ। ରେମାଲ’ର ପ୍ରଭାବ ଓଡ଼ିଶା ଉପରେ ପଡୁ ନ ଥିଲେ ମଧ୍ୟ ଉପକୂଳ ଜିଲ୍ଲାଗୁଡିକରେ ବର୍ଷା ହେଉଛି। ସମୁଦ୍ର ଅଶାନ୍ତ ରହିଥିବାରୁ ଉପକୂଳିଆ ଲୋକଙ୍କ ମନରେ ଛନକା ପଶିଛି।

Related posts

ହାଜତ ମୃତିୟୁ ପାଇ ପୋଲିସ ଓ ସି ଅର୍ ପି ଏଫ୍ ଦେବେ ୧୦ ଲକ୍ଷ୍ୟ କ୍ଷତିପୂରଣ

mahabharatanews

ବିକାଶର ୧୮ତମ ବାର୍ଷିକମହୋତ୍ସବ ‘ଇଲେକ୍ଟ୍ରା-୨୦୧୯’ ଉଦଯାପିତ

mahabharatanews

ବୋମାମାଡ଼ ଘଟଣାରେ ୫ ଜଣ ଗିରଫ

mahabharatanews