ଓଡିଶା

ସରୋଜକୁ ବଳିର ବୋଦା କଲେ ବୋଥ୍ରା!

(ଭୁବନେଶ୍ୱର/ ସରୋଜ କୁମାର ରାଉତ): ନୟାଗଡ ନାବାଳିକା ପରୀ ଦୁଷ୍କର୍ମ ମାମଲା ଏବେ ସାରା ରାଜ୍ୟକୁ ହୁଲୁସ୍ତୁଲ କରୁଛି । ଯାହାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ନିର୍ଦେଶରେ ଗଠନ କରାଗଲା ଏସଆଇଟି ଟିମ । ଏହାର ମୁଖ୍ୟ ଜଣେ ଅଇପିଏସ ଅରୁଣ ବୋଥ୍ରାଙ୍କୁ କରାଗଲା । ଏସଆଇଟି ଟିିମ ଏହି ଦାୟିତ୍ୱ ନେବାପରେ ତଦନ୍ତ ପାଇଁ ନୟାଗଡରେ ପହଞ୍ଚିଲେ । ସେଠାରେ ଆରମ୍ଭ ହେଲା ତଦନ୍ତ । ଏହି ଟିମ ପ୍ରତିଶୃତି ଅନୁଯାୟୀ ଦାୟିତ୍ୱ ନେବାର ୧୫ ଦିନ ଭିତରେ ଅଭିଯୁକ୍ତକୁ ଗିରଫ କଲା । ଏନେଇ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସମିଟ କଲେ । ସେଥିରେ ଅଭିଯୁକ୍ତ କିଭଳି ଭାବେ ଏହି ଅପରାଧ ଭିଆଇଥିଲା ତାହା ଗୋଟି ଗୋଟି କରି ବର୍ଣ୍ଣନା କରିଥିଲେ ।

ଅପରପକ୍ଷେ ଏହି କାର୍ଯ୍ୟକୁ ଲୋକେ ବୋଥ୍ରାଙ୍କ ରାଜ୍ୟ ସରକାରଙ୍କ ଗୁଲାମ ବୋଲି କହିବା ଆରମ୍ଭ କଲେଣି । ଜଣେ ଆଇପିଏସ ହୋଇ ମଧ୍ୟ ନିଜ ମାନ ଇଜ୍ଜ୍ତକୁ କିଭଳି ଜଣେ ରାଜନେତାଙ୍କ ପାଇଁ ବଳିପକାଉଛନ୍ତି ଓ ଜଣେ ନିରୀହ ପିଲାକୁ ଫସାଉଛନ୍ତି ବୋଲି ଏବେ ସବୁଠି ଚର୍ଚ୍ଚା । ଗୋଟେପଟେ ନାବାଳିକାର ମା ବାପା ଝିଅର ଅଙ୍ଗ ତସ୍କରି ହୋଇଥିବା କଥା କହୁଥିବା ବେଳେ ଏସଆଇଟିର କୌଣସି ବି ଟିମ କାହିଁକି ଏ ଦିଗରେ ତଦନ୍ତ କରିଲା ନାହିଁ? ଅଭିଯୁକ୍ତ କୁହାଯାଉଥିବା ସରୋଜ ସେଠୀକୁ ପଚରା ଉଚରା କରିବା ପର୍ବରୁ ଏସଆଇଟିର ଟିମ କାହିଁକି ନାବାଳିକାର ବାପା ମା ଅଭିଯୋଗ କରିଥିବା ବାବୁଲି ନାୟକକୁ ପଚରା ଉଚରା କଲା ନାହିଁ । ଯାହାକୁ ନେଇ ଏବେ ଅରୁଣ ବୋଥ୍ରାଙ୍କୁ ସମାଲୋଚିତ ହେବାକୁ ପଡୁଛି । ଏନେଇ ଆଜି ବିଜେପିର ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସିଧାସଳଖ ଅରୁଣ ବୋଥ୍ରାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଅରୁଣଙ୍କୁ ବଞ୍ଚାଇଲେ ଅରୁଣ । ଅରୁଣଙ୍କ ପାଇଁ ବୋଥ୍ରା ନିଜ ମଣିଷ ପଣିଆକୁ ବଳିପକାଉଛନ୍ତି । ଏହା କେବଳ ଶାସକ ଦଳ ଭୟରେ । କାରଣ ପୂର୍ବରୁ ଆରୁଣ ବୋଥ୍ରାଙ୍କ ଏକ ଅଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଜଣେ ବ୍ୟକ୍ତି ସରକାରଙ୍କ ମୋ ସରକାର କାମକରୁ ନାହିଁ ବରଂ ଅରୁଣ ବୋଥ୍ରା କାମ କରୁଛନ୍ତି ବୋଲି କହିବାରୁ , ବୋଥ୍ରା ବାବୁ ନିଜ ହିତାୟତ ଜ୍ଞାନ ଭୁଲି ଯାଇ ସେହି ଯୁବକଙ୍କୁ ଜଣେ ଗଳିର ଗୁଣ୍ଡା ଭଳି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରୁ ବୋଥ୍ରାଙ୍କ ସରକାରଙ୍କ ପ୍ରତି କେତେ ଯେ ଡର ସେ ବିଷୟରେ ଦେଖିବାକୁ ମିଳିଥିଲା । ସେହି ବୋଥ୍ରା ସାର ପୁଣି ସରାକାରଙ୍କ ଦ୍ୱାରା ବନା ଯାଇଥିବା ଏସଆଇଟିର ମୁଖ୍ୟ । ସେ ଯାହା ତଦନ୍ତ କରିଥିବେ ତାହା ସମସ୍ତଙ୍କୁ ଜଣା ବୋଲି ଲୋକ ଟାହିଟାପରା ହେବା ଆରମ୍ଭ ହେଲାଣି । ସରକାର ଓ ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସରୋଜକୁ ବଳିର ବୋଦା କରାଯାଇଥିବା ମଧ୍ୟ କୁହାଯାଉଛି।

Related posts

ଫେଲ ମାରିଛି ପାରାଦ୍ୱୀପ ବନ୍ଦର ପ୍ରଶାସନର ଟ୍ରାଫିକ ନିୟନ୍ତ୍ରଣ ଯୋଜନା

mahabharatanews

ଭାଇଜାଗ ଗ୍ୟାସ୍ ଟ୍ରାଜେଡ଼ି, ଦୁଃଖ ପ୍ରକାଶ କଲେ ନବୀନ

mahabharatanews

ଖଳାରେ ପଶି ଧାନ ଖାଇଗଲେ ହାତୀପଲ

mahabharatanews