ଭାରତ

ଗୁଜୁରାଟ ଗେମିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ

(ଗୁଜୁରାଟ) : ଗୁଜୁରାଟ ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ତ ଘଟଣାରେ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ । ସୋମବାର ଦିନ ରାଜସ୍ଥାନ ଆବୁ ରୋଡରୁ ଅଭିଯୁକ୍ତ ଧୱଲ ଠକ୍କରଙ୍କୁ ଗିରଫ କରିଛି ପୋଲିସ । ବର୍ତ୍ତମାନ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇ ସରିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ଧୱଲ ଠକ୍କର ଗେମିଂ ଜୋନରେ ଅଗ୍ନାକାଣ୍ତ ପରେ ସହରର ଛାଡି ପଳାଇଯାଇଥିଲା । ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗିରଫ କରି ୧୪ ଦିନ ପାଇଁ ପୋଲିସ ରିମାଣ୍ତରେ ପଠାଯାଇଛି । ଉକ୍ତ ଗେମିଂ ଜୋନର ମାଲିକ ସମେତ ୩ ଜଣଙ୍କୁ ଗିରଫ କରାଯାଇ ସରିଲାଣି । ସେହିପରି ଆହୁରି ୨ ଜଣ ଫେରାର ଥିବା ନେଇ ସୂଚନା ରହିଛି । ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ଅନ୍ୟପକ୍ଷରେ ଗେମିଂ ଜୋନ୍ ଅଗ୍ନିକାଣ୍ତ ଘଟଣାରେ ରାଜ୍ୟ ସରକାର ୭ ସରକାରୀ ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରିଛନ୍ତି । ସେହିପରି ଗୁଜୁରାଟ ହାଇକୋର୍ଟ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ତାଗିତ କରିଛି । ରାଜକୋଟ ପୋଲିସ କମିଶନର ରାଜୁ ଭାର୍ଗବଙ୍କୁ ମଧ୍ୟ ବଦଳି କରାଯାଇଛି । ମେ ୨୫ ତାରିଖରେ ଅର୍ଥାତ୍ ଗତ ଶନିବାର ଦିନ ଗୁଜୁରାଟ ଗେମିଂ ଜୋନ୍ ଅଗ୍ନିକାଣ୍ତ ଘଟିଥିଲା ।ଯେଉଁଥିରେ ମୋଟ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି ।

Related posts

ଏହି କାରଣରୁ ବିରାଟଙ୍କ ଉପରେ ବର୍ଷିଲେ ଗାଭାସ୍କର

mahabharatanews

ଯାତ୍ରୀଙ୍କୁ ଡାଇରିଆ ହେତୁ ଜରୁରୀ ଅବତରଣ କଲା ବିମାନ

mahabharatanews

ଜାନୁଆରୀ ୨୨କୁ  ଡ୍ରାଏ ଡେ ଘୋଷଣା

mahabharatanews