(ପଶ୍ଚିମବଙ୍ଗ) : ପଶ୍ଚିମବଙ୍ଗରେ ଆସିଥିବା ‘ରେମାଲ’ ବାତ୍ୟାର ପ୍ରଭାବ ଏବେ ଉତ୍ତର-ପୂର୍ବରେ ଦେଖିବାକୁ ମିଳୁଛି। ମିଜୋରାମରେ ବାତ୍ୟାଜନିତ ଲଗାଣ ବର୍ଷା ଯୋଗୁଁ ମଙ୍ଗଳବାର ସକାଳେ ଆଇଜଲରେ ଏକ ପଥର ଖାଦାନ ଭୁଶୁଡ଼ିବାରୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଓ ୬ ବର୍ଷର ଦୁଇ ଜଣ ଶିଶୁ ଅଛନ୍ତି। ଆଜି ଅପରାହ୍ନ ୪ଟା ସୁଦ୍ଧା ୧୭ଟି ମୃତଦେହ ଉଦ୍ଧାର କରାଯାଇଛି।
ସୂଚନାନୁଯାୟୀ , ଉତ୍ତର-ପୂର୍ବ ଆସାମରେ ମଧ୍ୟ ଆଜି ପ୍ରବଳ ପବନ ସହ ବର୍ଷା ହୋଇଛି। ମୋରିଗାଓଁ ଜିଲ୍ଲାରେ ଏକ ଅଟୋ ରିକ୍ସା ଉପରେ ଗଛ ପଡ଼ି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ସେହିପରି ଲକ୍ଷ୍ମୀପୁରରେ ଭୂସ୍ଖଳନରେ ଜଣଙ୍କର ମୃତ୍ୟୁ ଘଟିଛି। ସୋନିତପୁର ଜିଲ୍ଲାରେ ଏକ ସ୍କୁଲ ବସ୍ ଉପରେ ଗଛ ପଡ଼ି ୧୨ ଜଣ ପିଲା ଆହତ ହୋଇଛନ୍ତି। ଲଗାଣ ବର୍ଷା ଯୋଗୁଁ ମିଜୋରାମର ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ଆଜି ବନ୍ଦ ରହିଛି। ୮ ଜଣ ସ୍ଥାନୀୟ ବାସିନ୍ଦା ଥିବା ବେଳେ ୪ ଜଣ ବହାର ରାଜ୍ୟରୁ ଆସିଛନ୍ତି। ଅନ୍ୟ ୫ ଜଣଙ୍କ ମୃତଦେହ ଚିହ୍ନଟ ହୋଇପାରିନାହିଁ। ଭଗ୍ନାବଶେଷ ତଳେ ୭ ଜଣ ଫସି ରହିଥିବାରୁ ଉଦ୍ଧାର କାର୍ଯ୍ୟ ଯୁଦ୍ଧସ୍ତରରେ ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ଏଥିରେ ସମସ୍ୟା ଉପୁଜିଥିଲେ ମଧ୍ୟ ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ଟିମ୍ ଅହରହ ନିୟୋଜିତ ଅଛନ୍ତି। ଅତଡ଼ା ଧସିବା ବେଳେ ଖାଦାନରେ ୨୫ ଜଣ ଥିଲେ।