ଭାରତ

ମିଜୋରାମରେ ବାତ୍ୟାଜନିତ ଲଗାଣ ବର୍ଷା

(ପଶ୍ଚିମବଙ୍ଗ) : ପଶ୍ଚିମବଙ୍ଗରେ ଆସିଥିବା ‘ରେମାଲ’ ବାତ୍ୟାର ପ୍ରଭାବ ଏବେ ଉତ୍ତର-ପୂର୍ବରେ ଦେଖିବାକୁ ମିଳୁଛି। ମିଜୋରାମରେ ବାତ୍ୟାଜନିତ ଲଗାଣ ବର୍ଷା ଯୋଗୁଁ ମଙ୍ଗଳବାର ସକାଳେ ଆଇଜଲରେ ଏକ ପଥର ଖାଦାନ ଭୁଶୁଡ଼ିବାରୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଓ ୬ ବର୍ଷର ଦୁଇ ଜଣ ଶିଶୁ ଅଛନ୍ତି। ଆଜି ଅପରାହ୍ନ ୪ଟା ସୁଦ୍ଧା ୧୭ଟି ମୃତଦେହ ଉଦ୍ଧାର କରାଯାଇଛି।

ସୂଚନାନୁଯାୟୀ , ଉତ୍ତର-ପୂର୍ବ ଆସାମରେ ମଧ୍ୟ ଆଜି ପ୍ରବଳ ପବନ ସହ ବର୍ଷା ହୋଇଛି। ମୋରିଗାଓଁ ଜିଲ୍ଲାରେ ଏକ ଅଟୋ ରିକ୍ସା ଉପରେ ଗଛ ପଡ଼ି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ସେହିପରି ଲକ୍ଷ୍ମୀପୁରରେ ଭୂସ୍ଖଳନରେ ଜଣଙ୍କର ମୃତ୍ୟୁ ଘଟିଛି। ସୋନିତପୁର ଜିଲ୍ଲାରେ ଏକ ସ୍କୁଲ ବସ୍ ଉପରେ ଗଛ ପଡ଼ି ୧୨ ଜଣ ପିଲା ଆହତ ହୋଇଛନ୍ତି। ଲଗାଣ ବର୍ଷା ଯୋଗୁଁ ମିଜୋରାମର ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ଆଜି ବନ୍ଦ ରହିଛି। ୮ ଜଣ ସ୍ଥାନୀୟ ବାସିନ୍ଦା ଥିବା ବେଳେ ୪ ଜଣ ବହାର ରାଜ୍ୟରୁ ଆସିଛନ୍ତି। ଅନ୍ୟ ୫ ଜଣଙ୍କ ମୃତଦେହ ଚିହ୍ନଟ ହୋଇପାରିନାହିଁ। ଭଗ୍ନାବଶେଷ ତଳେ ୭ ଜଣ ଫସି ରହିଥିବାରୁ ଉଦ୍ଧାର କାର୍ଯ୍ୟ ଯୁଦ୍ଧସ୍ତରରେ ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ଏଥିରେ ସମସ୍ୟା ଉପୁଜିଥିଲେ ମଧ୍ୟ ଏନ୍‌ଡିଆର୍‌ଏଫ୍‌ ଏବଂ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ଅହରହ ନିୟୋଜିତ ଅଛନ୍ତି। ଅତଡ଼ା ଧସିବା ବେଳେ ଖାଦାନରେ ୨୫ ଜଣ ଥିଲେ।

Related posts

ରାମଲାଲାଙ୍କ ପାଇଁ ପ୍ରସ୍ତୁତ ହେଉଛି ସୁନା ପୋଷାକ

mahabharatanews

ଆସାମ, ତେଜପୁର ବାୟୁସେନା ଷ୍ଟେସନରୁ ବସି ଉଡିବେ ରାଷ୍ଟ୍ରପତି

mahabharatanews

କଡ଼ା ସୁରକ୍ଷା ବଳୟରେ ତିହାର ଜେଲ

mahabharatanews