ଓଡିଶା

” ଯୁବ ଶକ୍ତି ହିଁ ଓଡ଼ିଶାକୁ ଆଗକୁ ନେବ”: ବିଜେଡି ସୁପ୍ରିମୋ

(ଭୁବନେଶ୍ୱର) : ସାଢ଼େ ୪ କୋଟି ଓଡ଼ିଶା ବାସୀଙ୍କୁ ନିଜ ପରିବାର ଭାବି ସେବା କରି ଆସୁଛି। ସୁଖରେ ଦୁଃଖରେ ମୁଁ ସବୁବେଳେ ଆପଣଙ୍କ ସାଙ୍ଗରେ ଅଛି। କୋଭିଡ ହେଉ କି ବନ୍ୟା ବାତ୍ୟା ସବୁବେଳେ ଆପଣଙ୍କ ପଛରେ ଛିଡ଼ା ହୋଇଛି। ଏବଂ ଶେଷ ପର୍ଯ୍ୟନ୍ତ ଛିଡ଼ା ହୋଇଥିବା। ମିଶନଶକ୍ତି ମହିଳାଙ୍କ ସଫଳତା ବହୁତ୍ ଖୁସି ଦେଇଛି। ଯୁବପିଢି ଆଜି ଆତ୍ମବିଶ୍ବାସର ସହ ଆଗକୁ ବଢୁଛି। ଯୁବ ଶକ୍ତି ହିଁ ଓଡ଼ିଶାକୁ ଆଗକୁ ନେବ ଏବଂ ଦେଶରେ ଏକ ନମ୍ବର କରିବ। କିନ୍ତୁ ଦୁଃଖର କଥା ବାହାର ନେତା ମାନେ ଆସି ମୋତେ ବ୍ୟକ୍ତିଗତ ସମାଲୋଚନା କରୁଛନ୍ତି, କଟୁ କଥା କହୁଛନ୍ତି। ଅଭଦ୍ର ଭାଷା ବ୍ୟବହାର କରୁଛନ୍ତି। ଆପଣ ଭଲ ଭାବରେ ଜାଣନ୍ତି ମୁଁ କାହାକୁ କେବେ ଅସମ୍ମାନ କରେ ନାହିଁ, କଟୁ କଥା କହେ ନାହିଁ। ବିଶେଷ କରି ମୋର ମା ମାନେ ଓ ଯୁବବର୍ଗ ମାନେ ମୋ ପ୍ରତି ଅସମ୍ମାନ ଉଚିତ୍ ଜବାବ ୧ ତାରିଖ ଭୋଟରେ ଦେବେ। ମହାପ୍ରଭୁଙ୍କ ଆଶିର୍ବାଦ ସବୁବେଳେ ଓଡ଼ିଶା ଉପରେ ରହିଛି ରହିଥିବ ।

Related posts

କଣ୍ଟେନମେଣ୍ଟ ଜୋନରେ ହାଉସିଂବୋର୍ଡ କନୋଲୀ

mahabharatanews

ପିନାକର ତୃତୀୟ ବ୍ୟବହାରିକ ସଫଳ ପରୀକ୍ଷଣ

mahabharatanews

ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

mahabharatanews