ଓଡିଶା

ଜିଲ୍ଲା ସ୍ତରୀୟ ସରାଗିଫୁଲ- 2025 କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ହାତୀବାଡ଼ି ନିକଟରେ ଥିବା ମାଇନରୀଟି ହଷ୍ଟେଲ ପରିସରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସରଗୀଫୁଲ- 2025 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି  ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ ଗଜପତି ଜିଲ୍ଲାପାଳ ଶ୍ରୀମତି ମଧୁମିତା, ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଅଂଶୁମାନ ମହାପାତ୍ର, ମୁଖ୍ୟବକ୍ତା ଭାବେ ଶ୍ୟାମଘନ ଭୂୟାଁ,ଯୋଗ ଦେଇ ଥିଲେ।

ସମ୍ମାନିତ ଅତିଥି ଭାବେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଂଶୁମାନ ମହାପାତ୍ର, ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, କାଶୀ ନଗର ବ୍ଲକ ଅଧ୍ୟକ୍ଷା ,ଗୋଶାଣୀ ବ୍ଲକ ଅଧ୍ୟକ୍ଷ ଏନ୍.ବୀରରାଜୁ ଓ ଆବାହକ ଜିଲ୍ଲା ମଙ୍ଗଳ ଅଧିକାରୀ ସଲୋମନ ରାଇକା ପ୍ରମୁଖ ମଞ୍ଚାସିନ ଥିଲେ।ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯିବା ପରେ ସରର୍ଗି ଫୁଲ 2025 ଓ ଲଳିତ ମୋହନ ମିଶ୍ରଙ୍କ  ଲିଖିତ ମଣ୍ଟୁ ମୂଷାର କରାମତି ପୁସ୍ତକ ଉନ୍ମୋଚନ କରାଯାଇଥିଲା।

ବିଭିନ୍ନ ବ୍ଳକର ଛାତ୍ର ଛାତ୍ରୀ ମାନେ ଆସି ନିଜର ଲୁକ୍କାୟିତ ପ୍ରତିଭା ପଦର୍ଶନ କରିଥିଲେ। ଛାତ୍ରଛାତ୍ରୀ ମାନେ ବିଜ୍ଞାନ ମେଳାର ଷ୍ଟଲ ଗୁଡିକ କରାଯାଇଛି।ବିଦ୍ୟାର୍ଥୀମାନେ ନିଜର ପ୍ରକଳ୍ପକୁ ପଦର୍ଶନ କରିଛନ୍ତି।ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏହା ଏକ ପ୍ରୟାସ ।ଏହି କାର୍ଯ୍ୟକ୍ରମକୁ ଶିକ୍ଷକମାନେ ପରିଚାଳନା କରିଥିଲେ।

 

Related posts

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୩ ତମ ବାର୍ଷିକ ଖେଳକୁଦ ଓ ଯୋଗାସନ ସମାରୋହ ଉଦଘାଟିତ

mahabharatanews

ଆଉ ୩ ଜଣଙ୍କ ମୁଣ୍ଡ ନେଲା କରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଲା

mahabharatanews

ଏମକେସିଜି ହେବ କୋଭିଡ ଟେଷ୍ଟ ସେଣ୍ଟର

mahabharatanews