ମନୋରଞ୍ଜନ

ଟ୍ରୋଲ ହେଲେ ଅଭିନେତ୍ରୀ ମଲାଇକା

(ମୁମ୍ବାଇ) : ଅଭିନେତ୍ରୀ ମଲାଇକା ଅରୋଡା ବି-ଟାଉନର ସବୁଠାରୁ ଫିଟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ରହିଛନ୍ତି। ପ୍ରାୟତଃ ତାଙ୍କ ଜିମ ଲୁକ ଖୁବ ଚର୍ଚ୍ଚାରେ ଥାଏ। ଗତ ମଙ୍ଗଳାବାର ମଲାଇକାଙ୍କ ଏକ ଭିଡିଓ ସାମ୍ନ‌ାକୁ ଆସିଛି। ଏହି ଭିଡିଓକୁ ନେଇ ଲୋକେ ଅଭିନେତ୍ରୀଙ୍କ ମଜାକ ଉଡ଼ାଇବା ସହିତ ଟ୍ରୋଲ କରିଛନ୍ତି।

ସୂଚନାନୁଯାୟୀ , ଏହି ଭିଡିଓରେ ମଲାଇକାଙ୍କୁ ଜିମ ଯାଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ ରାସ୍ତାରେ ପଡ଼ିଥିବା କିଛି ଅଳିଆ ଉପରେ ଅଭିନେତ୍ରୀଙ୍କ ନଜର ପଡ଼ିଥିଲା। ସେ ସଙ୍ଗେସଙ୍ଗେ ନଇପଡ଼ି ନିଜ ହାତରେ ଉକ୍ତ ମଇଳାକୁ ଉଠାଇ ଡଷ୍ଟବିନରେ ପକାଇଥିଲେ। ଲୋକେ ମଲାଇକାଙ୍କ ଏହି ଭିଡିଓ ଦେଖି କହିଛନ୍ତି, ଏହି ଲୋକମାନେ ଘରେ ସାମାନ୍ୟ ମଇଳାକୁ ହାତ ଲଗାନ୍ତି ନାହିଁ। ବାହାରେ କ୍ୟାମେରା ଦେଖି‌ଲେ ଏମାନଙ୍କ ସଫେଇ ଅଭିଯାନ ଆରମ୍ଭ ହୋଇଯାଇଥାଏ। ମଲଇକା ଜାଣିଛନ୍ତି କ୍ୟାମେରା ଅନ ଅଛି ଏହା ସତ୍ତ୍ବେ ବି ସେ ଜାଣିବୁଝି ଗେଟ ପାଖରେ ପଡ଼ିଥିବା ଅଳିଆକୁ ସଫା କରିଥିଲେ। ଏହାର ଏକ ମାତ୍ର ଉଦ୍ଦେଶ୍ୟ ସେ ଜାଣିଛନ୍ତି ଏମିତି କରିବା ଦ୍ବାରା ଲୋକେ ତାଙ୍କ ଚର୍ଚ୍ଚା କରିବେ ତାଙ୍କ କାମକୁ ପ୍ରଶଂସା କରିବେ।

Related posts

‘ଟାଇଗର-୩’କୁ ନେଇ ଏପରି କିଛି କହିଲେ ସଲମାନ ଖାନ

mahabharatanews

ସଡ଼କ ଦୁର୍ଘଟଣାରେ ଲୋକପ୍ରିୟ ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ଦେହାନ୍ତ

mahabharatanews

ସଚିନ -ଝିଅଙ୍କ ଡିପ୍‌ଫେକ୍: ତତ୍ପରତା ପ୍ରକାଶ କରିଛି ମୁମ୍ବାଇ ପୁଲିସ୍‌ 

mahabharatanews