(ପୁରୀ) : ପୁରୀ ବାଣ ବିସ୍ଫୋରଣ ଘଟଣାରେ କଟକ ଏସସିବି ମେଡିକାଲରେ ଦଶମ ଶ୍ରେଣୀରେ ଛାତ୍ର ଋଷିକେଶ କର୍ମକାରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମ୍ରୁତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ସେ ଏସସିବି ମେଡିକାଲ କାଜୁଆଲିଟିରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଚିକିତ୍ସା ପରେ ତାଙ୍କୁ ବଞ୍ଚାଇବା ଡାକ୍ତରଙ୍କ ପକ୍ଷରେ ସମ୍ଭବ ହୋଇନାହିଁ। ତାଙ୍କ ଘର ପୁରୀ ମାଟିଆପଡା ଅଞ୍ଚଳରେ। ଏହି ବର୍ଷ ଋଷିକେଶ ମାଟ୍ରିକ ପରୀକ୍ଷା ଦେଇଥାନ୍ତେ। କିନ୍ତୁ ତାଙ୍କର ଜୀବନ ଚାଲିଯାଇଛି।
ସୂଚନାନୁଯାୟୀ , ବାଣ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ ପ୍ରକାଶ କରିଛନ୍ତି । ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରି ତୁରନ୍ତ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ । ଚନ୍ଦନ ଯାତ୍ରା ସମୟ ରେ ନରେନ୍ଦ୍ର ପୁଷ୍କରିଣୀ ଦେବୀଘାଟ ରେ ଘଟିଥିବା ଦୁର୍ଭାଗ୍ୟ ଜନକ । ବାଣ ଦୁର୍ଘଟଣା ରେ ବହୁ ଲୋକ ଆହତ ହେବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଥିଲେ ।
